. କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ଵାରା ଜେଏସପିଏଲ, ଅନୁଗୁଳ ଠାରେ 270 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟନ
• ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଉପସ୍ଥିତ
• କୋଭିଡ କେୟାର ସେଣ୍ଟର ସ୍ଥାପନ କରିବାରେ ଜେଏସପିଏଲ ଓଡିଶାର ପ୍ରଥମ ବୃହତ୍ତ ଶିଳ୍ପାନୁଷ୍ଠାନ
ଅନୁଗୁଳ : କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ପ୍ଲାଣ୍ଟ ଅନୁଗୁଳରେ ଏକ କୋଭିଡ କେୟାର ସେଣ୍ଟରକୁ ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଏବଂ ଜେଏସପିଏଲ୍ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଉପସ୍ଥିତିରେ ଦେଶବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି। ଏହି କୋଭିଡ କେୟାର ସେଣ୍ଟରରେ 10ଟି ନନ୍-ଇନଭାସିଭ ଭେଣ୍ଟିଲେସନ୍ ବେଡ୍ ଓ ପାଞ୍ଚଟି ଆଇସିୟୁ ବେଡ୍ 270 ମେଡିକାଲ ଅକ୍ସିଜେନ ସଂଯୁକ୍ତ ଶଯ୍ୟା ସହିତ ରହିଛି |
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଶ୍ରୀ ନୀତେଶ ଗଙ୍ଗଦେବ, ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ଅନୁଗୁଳ କଲେକ୍ଟର ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୁଳ ଏସପି ଶ୍ରୀ ଜଗମୋହନ ମୀନା, ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର. ଶର୍ମା, ଜେଏସପିଏଲ ଅନୁଗୁଳ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ |
ଏହି କୋଭିଡ କେୟାର ସେଣ୍ଟରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କୋଭିଡ-19 ମହାମାରୀ ମୁକାବିଲାରେ ଜେଏସପିଏଲ୍ ର ସହଯୋଗକୁ ପ୍ରଶଂସା କରିବା ସହିତ ଦେଶର ବିଭିନ୍ନ ଡାକ୍ତରଖାନାକୁ ତରଳ ମେଡିକାଲ ଅମ୍ଳଜାନ ଯୋଗାଇବାରେ ପାଇଁ ସେ ଜେଏସପିଏଲର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଧନ୍ୟବାଦ ଦେଇଥିଲେ | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ 2030 ସୁଦ୍ଧା ଅନୁଗୁଳରେ 25 ଟି MTPA କ୍ଷମତା ବିଶିଷ୍ଠ ବିଶ୍ଵର ସର୍ବ ବୃହତ ଇସ୍ପାତ କାରଖାନା ନିର୍ମାଣ ପାଇଁ ଜେଏସପିଏଲ ର ଦୂରଦୃଷ୍ଟି ନିଶ୍ଚିତ ଭାବରେ ସ୍ଥାନୀୟ ଅଂଚଳର ବିକାଶରେ ସହାୟକ ହେବ । ଅନୁଗୁଳବାସୀଙ୍କ ପାଇଁ ଜେଏସପିଏଲ ଦ୍ଵାରା ସ୍ଥାପନ କରାଯାଇଥିବା 270 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରରେ ଥିବା ବିଭିନ୍ନ ସୁବିଧାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଥିଲେ |
ଏହି ମହାମାରୀର ମୁକାବିଲାରେ ସହଯୋଗ ପାଇଁ ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ ମଧ୍ୟ ଜେଏସପିଏଲଙ୍କୁ ଧନ୍ୟବାଦ ଜଣାଇଥିଲେ।
କୋଭିଡ-19 ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ସ୍ଥାପନ କରିବାରେ ଜେଏସପିଏଲ ହେଉଛି ଓଡିଶାର ପ୍ରଥମ ବୃହତ୍ତ ଶିଳ୍ପାନୁଷ୍ଠାନ |
ଏହି ଅବସରରେ ଜେଏସପିଏଲ୍ ର ଅଧ୍ୟକ୍ଷ ଶ୍ରୀ ଜିନ୍ଦଲ କହିଛନ୍ତି ଯେ “ଜେଏସପିଏଲ ସର୍ବଦା ଲୋକମନଙ୍କ ସହିତ ରହିଛି | ଜଣେ ଦାୟିତ୍ବବାନ କର୍ପୋରେଟ୍ ସିଟୀଜେନ ଭାବରେ ଆମେ ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରି ଆସୁଛୁ | ମୁଁ ଆଶା କରୁଛି ଏହି କୋଭିଡ କେୟାର ସେଣ୍ଟର ଅନୁଗୁଳର ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବ ଏବଂ କୋଭିଡ ମହାମାରୀ ବିରୋଧରେ ସରକାରଙ୍କୁ ଉଦ୍ୟମକୁ ସହଯୋଗ କରିବ ”। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ ତାଙ୍କର ବହୁମୂଲ୍ୟ ସମୟ ଦେଇ ଏହି କୋଭିଡ କେୟାର ସେଣ୍ଟରକୁ ଉଦ୍ଘାଟନ କରିଥିବା ପାଇଁ ଶ୍ରୀ ଜିନ୍ଦଲ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |
ଜେଏସପିଏଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି. ଆର୍ ଶର୍ମା ପ୍ରତିଷ୍ଠା କରାଯାଇଥିବା କୋଭିଡ କେୟାର ସେଣ୍ଟରର ସୁବିଧା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ, ସ୍ଥାନୀୟ ଜନସାଧାରଣ ତଥା ସରକାରଙ୍କ ସହ ସହଭାଗୀତାରେ ଜେଏସପିଏଲ୍ ଏହି ମହାମାରୀର ପ୍ରଭାବ କମ କରିବାରେ ସକ୍ଷମ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଶ୍ରୀ ଶର୍ମା ଆହୁରି ମଧ୍ୟ କହିଥିଲେ ଯେ, ଲୋକମାନଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ଜେଏସପିଏଲର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଉତ୍ସାହ ପାଇଁ ଆମେ ବହୁତ ଅନୁପ୍ରାଣିତ।
ଶ୍ରୀ ଶର୍ମା ଉଲ୍ଲେଖ କରିଥିଲେ, ଯେ ଜୁଲାଇ 2021 ସୁଦ୍ଧା କମ୍ପାନୀ କୋଭିଡ କେୟାର ସେଣ୍ଟରର କ୍ଷମତାକୁ 400 ଶଯ୍ୟାରେ ବୃଦ୍ଧି କରିବାକୁ ଯୋଜନା କରିଛି। ସ୍ଥାନୀୟ ଜନସାଧାରଣ ଏହି ସେଣ୍ଟରରେ ଉପଲବ୍ଧ ବିଭିନ୍ନ ସୁବିଧା ଯେପରିକି, ମାଗଣା କୋଭିଡ-19 ପରୀକ୍ଷା, ସାଙ୍ଗରୋଧ କେନ୍ଦ୍ର, ଆମ୍ବୁଲାନ୍ସ ସେବା, ମାଗଣା ଔଷଧ ଏବଂ ଖାଦ୍ୟ ସହିତ ଚିକିତ୍ସା ପାଇପାରିବେ | ଦିବାରାତ୍ର ସେବା ଯୋଗାଇବା ପାଇଁ ଏକ ଉତ୍ସର୍ଗୀକୃତ ଡାକ୍ତର ଏବଂ ପାରାମେଡିକ୍ସ ଦଳ ନିୟୋଜିତ ହୋଇଛନ୍ତି |
ଜେଏସପିଏଲ୍ ଏବଂ ଏହାର ସାମାଜିକ ଅନୁଷ୍ଠାନ ଜେଏସପିଏଲ୍ ଫାଉଣ୍ଡେସନ୍, କୋଭିଡ-19 ମହାମାରୀଦ୍ଵାରା ସୃଷ୍ଟି ହୋଇଥିବା ସମସ୍ୟାକୁ କମ୍ କରିବାରେ କ୍ଷେତ୍ରରେ ସରକାର ତଥା ଜନସାଧାରଙ୍କୁ ସହଯୋଗ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି। ଏହି ଇସ୍ପାତ ନିର୍ମାତାର ଅନୁଗୁଳରେ ଥିବା ଅମ୍ଳଜାନ କାରଖାନାରୁ ଦେଶର ବିଭିନ୍ନ ଡାକ୍ତରଖାନାକୁ ପ୍ରତିଦିନ ପ୍ରାୟ 100 ଟନ୍ ତରଳ ମେଡିକାଲ ଅମ୍ଳଜାନ (LMO) ପଠାଯାଉଛି |
ମହାମାରୀ ସମୟରେ ଜନସାଧାରଣଙ୍କ ପାଇଁ ବିଭିନ୍ନ ଜରୁରୀକାଳୀନ ସେବା ଯୋଗାଇବା ଉପରେ ଜେଏସପିଏଲ୍ ଫାଉଣ୍ଡେସନ୍ ଧ୍ୟାନ ଦେଉଛି | ‘ମିଶନ୍ ଜିରୋ ହାଙ୍ଗର’ କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳର ଅଭାବୀ, ଗରିବ ଏବଂ ଅସୁରକ୍ଷିତ ଲୋକଙ୍କୁ ପ୍ରାୟ ତିନି ଲକ୍ଷ ଖାଦ୍ୟ ରନ୍ଧା ଏବଂ ଶୁଖିଲା ଯୋଗାଇ ଦିଆଯାଇଛି । ଫାଉଣ୍ଡେସନ୍ ପକ୍ଷରୁ ଫେସ୍ ମାସ୍କ ଏବଂ ସାନିଟାଇଜର ମଧ୍ୟ ବଣ୍ଟନ କରାଯାଇଛି | ଏହା ବ୍ୟତୀତ ଫାଉଣ୍ଡେସନ କୋଭିଡ-19 ରୋକିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିଆସୁଛି |