19.1 C
Bhubaneswar
Friday, November 22, 2024
Homeଓଡିଶାଅନୁଗୁଳରେ ମହାମାରୀ କରୋନା ମେ’ରେ ନେଇଛି ୭୧ ଜୀବନ

ଅନୁଗୁଳରେ ମହାମାରୀ କରୋନା ମେ’ରେ ନେଇଛି ୭୧ ଜୀବନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଇଁ ଅଶୁଭ ଥିଲା ମେ’ ମାସ । ଏହି ମାସ ସଂକ୍ରମଣର ଶୀର୍ଷରେ ରହିଥିବା ବେଳେ କ୍ରମାଗତ ଭାବେ ୬ ଦିନ ହେଲା ମୃତ୍ୟୁ ତାଲିକାରେ ମଧ୍ୟ ଶୀର୍ଷରେ ରହିଛି । ମାସ ପ୍ରାରମ୍ଭରେ ଜିଲ୍ଲାର ସ୍ଥିତି ଓ ମାସ ଶେଷରେ ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଉଛି ଚିତ୍ର । ଜିଲ୍ଲା ପାଇଁ ଘାତକ ସାଜିଛି ମେ’ ମାସ । ଏହି ମାସରେ ଜିଲ୍ଲାରୁ ୧୯ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ଏହି ମାସରେ ୭୧ ଜଣଙ୍କ ଜୀବନ ଯାଇଛି । ଏଥିସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମେ’ର ଶେଷ ତାରିଖରେ ଅନୁଗୁଳ ଜିଲ୍ଲାର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ପାର୍ କରିଛି ।

ଏବେ ସାଢେ ୬ ହଜାର ସଂକ୍ରମିତ ଚିକିତ୍ସାଧୀନ ଥିଲାବେଳେ ବର୍ତ୍ତମାନ ସୁଦ୍ଧା ୧୦୯ ଜଣଙ୍କ ମୃତ୍ୟୁହୋଇଛି । ଆରୋଗ୍ୟ ହାର ପ୍ରାୟ ୮୦ ପ୍ରତିଶତ ରହିଛି । ତେବେ ମାସ ଆରମ୍ଭ ବେଳକୁ ସ୍ଥିତି ଖରାପ ନଥିଲା । ମାସ ଆରମ୍ଭ ପୂର୍ବରୁ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୪୫ ଥିଲା । ପ୍ରାୟ ୨ ହଜାର ସକ୍ରିୟ ସଂକ୍ରମିତ ରହିଥିଲେ । ମୃତ୍ୟୁସଂଖ୍ୟା ଥିଲା ୩୮ ।

କିନ୍ତୁ ମାସକ ଭିତରେ ସ୍ଥିତି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ବର୍ଷରେ ଯେତିକି ସଂକ୍ରମିତ ହୋଇଥିଲେ ଏହି ମେ’ ମାସରେ ତାଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ପ୍ରତିଦିନ ୫୦୦ ଉପରେ ରହୁଥିଲା । ଜିଲ୍ଲା ପ୍ରଶାସନ ହିସାବ ଅନୁସାରେ, ମେ’ ୨୦ ତାରିଖରେ ଜିଲ୍ଲାରୁ ସର୍ବାଧିକ ୯୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ୭ ଶହରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ମାସର ୨ ତାରିଖରେ ସର୍ବନିମ୍ନ ୩୩୫ ଜଣ ସଂକ୍ରମିତ ହୋଇଥିଲେ ।

ମେ’ ମାସରେ କେବଳ ୭୧ ଜଣଙ୍କ ଜୀବନ ଯାଇଛି । ମାସ ଆରମ୍ଭ ବେଳକୁ ଜିଲ୍ଲାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଏବେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି । ସେଥିମଧ୍ୟରୁ ସୋମବାର ୫ ଜଣଙ୍କ ଜୀବନ ଯାଇଥିବା ନେଇ ସରକାର ଘୋଷଣା କରିଥିଲେ । ଲଗାତାର ୬ ଦିନ ଧରି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫ ଲେଖାଏଁ ରହୁଛି । ସପ୍ତାହେ ହେଲା ମୃତ୍ୟୁ ତାଲିକାର ଶୀର୍ଷରେ ରହି ଆସୁଛି ଅନୁଗୁଳ ଜିଲ୍ଲା । ଏମିତିରେ ଗତ ୧୦ ଦିନରେ ଜିଲ୍ଲାରୁ ୪୨ ଜଣଙ୍କ ମୃତ୍ୟୁ ନେଇ ସରକାରୀ ଘୋଷଣା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking