19.1 C
Bhubaneswar
Friday, November 22, 2024
Homeଓଡିଶାଆଜିଠୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ମେ’ରେ ୭୧୧ ଜୀବନ ନେଲା ମହାମାରୀ

ଆଜିଠୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ମେ’ରେ ୭୧୧ ଜୀବନ ନେଲା ମହାମାରୀ

ଭୁବନେଶ୍ୱର : ଆଜି ଠାରୁ  ରାଜ୍ୟରେ ଆରମ୍ଭ ହେଉଛି  ୩ୟ ପର୍ଯ୍ୟାୟ ଲକ୍‌ଡାଉନ ।  ମେ’ ମାସ ସବୁଠୁ ଘାତକ ଥିଲା । ୩୧ ଦିନରେ ରାଜ୍ୟରେ ୩ ଲକ୍ଷ ୨୦ ହଜାର ୮୦୩ ପଜିଟିଭ ଚିହ୍ନଟ ହୋଇଥିଲା । ମେ’ ମାସରେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ରେ ରାଜ୍ୟରେ ପିକ୍ ଥିଲା ୧୨,୮୫୨ । ତେବେ ଜୁନ୍ ମାସରେ ଟ୍ରେଣ୍ଡ କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ୪ ସପ୍ତାହ ପରେ ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିବ । ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲେ ମଧ୍ୟ ହାର କମୁଥିବା ଦେଖାଯାଉଛି । ଲକ୍‌ଡାଉନ୍ କୋହଳ ହୋଇଥିବା ୩ ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା କଡ଼ାକଡ଼ି ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।
ଏହା ମଧ୍ୟରେ ରାଜ୍ୟରେ ଜାରିଥିବା ସଂକ୍ରମଣ ରୋକିବାରେ ସହାୟକ ହେବ ଲକ୍‌ଡାଉନ୍ । ରାଜ୍ୟରେ ଲାକ୍‌ଡାଉନ୍ ପ୍ରଭାବ ନିଶ୍ଚିତ ଭାବେ ଦେଖିବାକୁ ମିଳିବ । ଲାକ୍‌ଡାଉନ୍ ଆରମ୍ଭରୁ ସଂକ୍ରମଣ ହାର ପାଖାପାଖି ୨୬ ପ୍ରତିଶତ ଥିଲା । ଏବେ ଏହା ୧୪ ପ୍ରତିଶତକୁ ଖସିଆସିଛି । ଏହା ସଂକ୍ରମଣ ତଳମୁହାଁ ହେବାର ସଂକେତ ଦେଉଛି ବୋଲି ଡାକ୍ତର ନିରୋଜ କୁମାର ମିଶ୍ର କହିଛନ୍ତି । ସଂକ୍ରମଣ ହାର କେବେ ବି ହଠାତ କମିବନି । ବର୍ତ୍ତମାନ ସଂକ୍ରମଣ ହାର ଏଭଳି ରହିବ । କିନ୍ତୁ ୨ ସପ୍ତାହ ବେଳକୁ ପ୍ରାୟ ୫ ପ୍ରତିଶତ ଖସିଆସିବା ସମ୍ଭାବନା ରହିଛି । ୫ ପ୍ରତିଶତ ତଳକୁ ଖସିବା ପରେ କଟକଣା କୋହଳ କରି ହେବ । ୩ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଥିବାରୁ ସେଠାରେ କଟକଣା କୋହଳ କରିଛନ୍ତି ସରକାର ।

ସମ୍ପୂର୍ଣ୍ଣ ଟିକାକରଣ ନ ହେବା ପର୍ଯ୍ୟନ୍ତ ଆମକୁ ସଜାଗ ରହିବାକୁ ପଡ଼ିବ । ନୂଆ ଷ୍ଟ୍ରେନ ଆସୁଥିବାରୁ ଟିକାର ପ୍ରଭାବ କମ୍ ରହୁଛି । ଏହା ଚିନ୍ତାର କାରଣ ହୋଇପାରେ । ମାମଲା ସଂଖ୍ୟା ଅଧିକ ଥିବାରୁ ଏହା ମୃତ୍ୟୁ ସଂଖ୍ୟା ବଢ଼ିବାର କାରଣ । ସେହି ସମୟରେ କେସ୍ ଲୋଡ଼ ଅଧିକ ଥିଲା । ଆଜିର ଦିନକୁ ଦେଖିଲେ ଜୁନ ୧୫ ଆଡକୁ ମୃତ୍ୟୁ ସଂଖ୍ୟା କମିଯିବ । ବିଶେଷଜ୍ଞଙ୍କୁ ନେଇ ସରକାର ପ୍ୟାନେଲ କରିଥିବାରୁ ଏହା ବହୁତ ଫଳପ୍ରଦ ହେବ । ଗାଁ ମାନଙ୍କରେ ସଂକ୍ରମଣ ବ୍ୟାପିଥିବାରୁ ଅନ୍ୟ ରାଜ୍ୟ ପରି ହଠାତ୍ କମିବନି । କିନ୍ତୁ  ଜୁଲାଇ ଆଡ଼କୁ ୩ ଅଙ୍କକୁ ଖସି ଆସିବ ସଂକ୍ରମିତଙ୍କ ସଂଖ୍ୟା । ଟିକାକରଣ ବ୍ୟାପକ ହେଲେ ତୃତୀୟ ଲହରର ଏତେ ପ୍ରଭାବ ପଡିବନି ଓ ମୃତ୍ୟୁ ସଂଖ୍ୟା ଓ ଗୁରୁତର ରୋଗୀଙ୍କ ସଂଖ୍ୟା ନିଶ୍ଚୟ କମିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking