28.1 C
Bhubaneswar
Friday, November 22, 2024
Homeଓଡିଶାକରୋନା ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

କରୋନା ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସ୍‌ୱାନ ହଲ୍‌ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଜିଲ୍ଲାର କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ମହାମାରୀ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବଢିବାକୁ ଲାଗିଛି । ସଂକ୍ରମିତ ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ, ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା ପ୍ରତି ଗୁରୁତ୍ୱ ଦେବା, କରୋନା ଚିକିତ୍ସା କେନ୍ଦ୍ରରେ ଅମ୍ଲଜାନ ସହିତ ଅନ୍ୟ ଉପକରଣ, ଔଷଧ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଘରୋଇ ସଂଗରୋଧରେ ରହୁଥିବା ବ୍ୟକ୍ତିମାନ ଯେଭଳି ଅନ୍ୟ ମାନଙ୍କ ସଂପର୍ଶରେ ନଆସନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି ।

ସଂପ୍ରତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ରାଜ୍ୟ ତଥା ଜିଲ୍ଲା ବାହାରୁ ଆସୁଥିଲେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଅଙ୍ଗନୱାଡି କର୍ମୀ, ଆଶା, ପିଆର୍‌ଆଇ ମେମ୍ବର, ୱାର୍ଡ ମେମ୍ବର, ସ୍ଥାନୀୟ ଶିକ୍ଷକ, ସରପଂଚଙ୍କ ଦ୍ୱାରା ଆଂଟିଜେନ୍ ଟେଷ୍ଟ କରାଯିବ । ସଂକ୍ରମିତି ହୋଇଥିବା ଜଣାପଡିଲେ ସେମାନଙ୍କୁ କୋଭିଡ୍ କେୟାର ସେଂଟରରେ ରଖାଯାଇ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଔଷଧ କିଟ୍ ଯୋଗାଇ ଦେବାସହିତ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଅଧିକାରୀଙ୍କ ପରାମର୍ଶ ଦେଇଛନ୍ତି । ସେମାନେ ଯେପରି ଅନ୍ୟମାନଙ୍କ ସଂସ୍ପର୍ଶରେ ନଆସନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ଆଗ୍ରାଧିକାର ଦେବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତିର ଉଚିତ୍ ମୁକାବିଲା କରାଯିବା ନିମନ୍ତେ ପ୍ରତି ବ୍ଲକରେ ଦୁଇଟି ଲେଖାଏଁ ଆମ୍ବଲାନ୍ସ ପ୍ରସ୍ତୁତ ରହିବ ।

ଗୋଟିକରେ ଅମ୍ଲଜାନ ବ୍ୟବସ୍ଥା ରହିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଜାତାରାଣି ମିଶ୍ର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । କୈାଣସି ବ୍ୟକ୍ତିଙ୍କର କୋଭିଡ୍ ଜନିତ ମୃତ୍ୟୁ ଘଟିଲେ ସେମାନଙ୍କର ଶବ ସତ୍କାର ବ୍ୟବସ୍ଥିତ ଭାବେ ସଂପନ୍ନ କରାଯିବ । ଚିହ୍ନଟ ହୋଇଥିବା କରୋନା ରୋଗିମାନେ ସ୍ୱତଃପ୍ରବୃତ ଭାବେ ବାହାରେ ବୁଲାବୁଲି ନକରିବା, କାହା ସହିତ ନମିସିବା ପାଇଁ ପରାମର୍ଶ ଦେଇଛନ୍ତି । ବାହାରେ କୈାଣସି ଜରୁରୀ କାମ ପଡି ସେହି ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ସହିତ ପଦାକୁ ଯିବା ଓ କୈାଣସି କାମ ନଥିଲେ ପଦାକୁ ନବାହାରିବା ପାଇଁ କହିଛନ୍ତି । ଅମାନିଆ ହୋଇ ପଦାକୁ ଆସି ଜନଗହଳି କଲେ ପ୍ରଶାସନ ସେମାନଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଜନସମାଗମକୁ କଡାକଡି ନଜର ରଖିବାକୁ ଏବଂ ଏଥିରେ ଖିଲାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking