36.1 C
Bhubaneswar
Thursday, May 2, 2024
Homeକରୋନାପୁଡୁଚେରୀ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ପୁଡୁଚେରୀ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ପୁଡୁଚେରୀ: ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲେ ଚିନ୍ତାର ବିଷୟ ଡାକ୍ତରମାନେ ତାଙ୍କୁ ଚିକିତ୍ସା ପାଇଁ ପୁଡୁଚେରୀରୁ ଚେନ୍ନାଇକୁ ପଠାଇ ଦେଇଛନ୍ତି ।

ସୂଚନା ମୁତାବକ ସ୍ୱସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରବିବାର ଦିନ ପୁଡୁଚେରୀ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା ।

ଦୁଇଦିନ ପୂର୍ବରୁ ପୁଡୁଚେରୀ ରାଜଭବନରେ ଆୟୋଜିତ ସମାରୋହରେ ସେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏବେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ରଙ୍ଗାସ୍ୱାମୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଠାବ କରି କ୍ୱାରେଣ୍ଟିନ୍ କରୁଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨.୨୬ କୋଟି ପାର କରିଛି । ଏହାସହ କରୋନା ସଂକ୍ରମଣରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨.୪୬ ଲକ୍ଷ କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking