29.1 C
Bhubaneswar
Tuesday, May 7, 2024
Homeଓଡିଶାପ୍ରଦୀପ୍ତ ନାଏକ ଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ପ୍ରଦୀପ୍ତ ନାଏକ ଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା କାୟା ବଢ଼ିବାରେ ଲାଗିଛି । ଏହା କାହାକୁ ବି ଛାଡୁନି । ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ନିଜ ଶିକାର କରୁଚି । ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବି କୋଭିଡ ରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ସେ ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏ ନେଇ ଟ୍ୱିଟ କରିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଫୋନ ଯୋଗେ ତାଙ୍କ ସ୍ବାସ୍ଥ୍ୟ ବସ୍ଥା ପଚାରି ବୁଝିଛନ୍ତି ।

 

 

ଏଠାରେ କହିରଖୁଚୁ, ଶ୍ରୀ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଏପ୍ରିଲ୍ ୨୦ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଏପ୍ରିଲ୍ ୨୬ ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ତାଙ୍କ ଅବସ୍ଥା ଖରାପ ହେବାରୁ ସେ ଗୁରୁତର ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking