ନୂଆଦିଲ୍ଲୀ: କରୋନା କହର ମଧ୍ୟରେ ଆଶ୍ୱସ୍ତିକର ଖବର । ସଂକ୍ରମଣରେ ବ୍ରେକ ଲାଗିବା ଦେଖାଯାଉଛି । ଶନିବାର-ରବିବାର ମିଳିଥିବା ୪ ଲକ୍ଷ ନୂଆ ସଂକ୍ରମିତଙ୍କ ଅପେକ୍ଷା ଗତ ୨୪ ଘଣ୍ଟାରେ ୩୨ ହଜାର ରୋଗୀ କମିଥିବା ନଜର ଆସିଛି । ଗତ ୨୪ ଘଣ୍ଟାରେ ୩.୬୮ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, ଏହା ଆରମ୍ଭ । ହେଲେ ପୁରା ସତର୍କ ରହିବାକୁ ହେବ । ଏହାସହିତ ଏକ୍ସପର୍ଟମାନେ ସିଟି ସ୍କାନ ବୃଦ୍ଧି ହେଉଥିବାରୁ ଏନେଇ ମଧ୍ୟ ସତର୍କ କରାଇଛନ୍ତି । ଏମସ ନିର୍ଦ୍ଦେଶକ ଋଚ୍ଚଦୀପ ଗୁଲେରିଆ କହିଛନ୍ତି, ଏହି ସମୟରେ ଅନେକ ଲୋକ ସିଟି ସ୍କାନ କରୁଛନ୍ତି । ହେଲେ ଆରମ୍ଭରୁ ଏମିତି କରାଇଲେ କିଛି ଲାଭ ନାହିଁ । ଅସିମ୍ପଟୋମେଟିକ ଲୋକ ବି ସିଟି କରୁଛନ୍ତି । ଯେତେବେଳେ କି ସିଟି କରାଇବା ଦ୍ୱାରା କ୍ୟାନସର ବି ହୋଇପାରେ । ମାଇଲ୍ଡ ଇଲନେସରେ ସିଟି କରାଇଲେ ଫାଇଦା ନାହିଁ । ଏତିରେ ଖାଲି ପ୍ୟାନିକ ବଢିବ । ଆରମ୍ଭରୁ ଷ୍ଟେରଏଡ ନନେଇ ଅନାବଶ୍ୟକ ସିଟି ସ୍କାନ କରନ୍ତୁନି ।