ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳରେ ୧୯୯୬ ମସିହା ଏପ୍ରିଲ ୦୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ସବ୍ୟସାଚୀ ବିଷୋୟୀ ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି l ସାହିତ୍ୟ ସାଧନାରେ ନିୟୋଜିତ ଥିବା ସବ୍ୟସାଚୀ ଲୋକ ସଂସ୍କୃତିର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ନିଜର ୨୫ତମ ଜନ୍ମଦିବସରେ ବଡି ଏଣ୍ଡ ଅର୍ଗlନ ସୋସାଇଟି ଅପ୍ ଇଣ୍ଡିଆ ସହ ପଞ୍ଜିକରଣ କରି ନିଜର ଅଙ୍ଗଦାନ କରିଛନ୍ତି ଓଡିଶା ସାହିତ୍ୟ ଜଗତର ଜଣେ ସୁପରିଚିତ ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ।
ମାନବସେବା ହିଁ ମାଧବ ସେବା। ଯଦି ଜୀବନ ମାନବସେବାରେ ନିହିତ ହେଲା ତେବେ ସେ ଜୀବନ ସାର୍ଥକତା ଲାଭ କରିବ ନଚେତ୍ ସବୁ କିଛି ବ୍ଯର୍ଥ। ତଥାକଥିତ ଅନ୍ଧବିଶ୍ୱାସକୁ ଛାଡି ମାନବୀୟ ମୁଲ୍ୟବୋଧରେ ବଞ୍ଚିବା ହେଉଛି ଏ ସମାଜ ପାଇଁ ଏକ ଆହ୍ବାନ। ତେଣୁ ଆମେ ବଦ୍ଧପରିକର ହେଇ, ହାତରେ ହାତ ମିଶାଇ ସୁଷମ ସମାଜ ଗଠନ କରିବା ଆମ କର୍ତ୍ତବ୍ୟ l ସମାଜରେ ଅନେକ ଲୋକ ଠିକ ସମୟରେ ଅଙ୍ଗ ନପାଇ ମୃତ୍ୟୁ ବରଣ କରୁଛନ୍ତି। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ଅଙ୍ଗରପଣ ସମ୍ଭବ ହୋଇ ପାରୁଛି।
ମଣିଷ ମୃତ୍ୟୁ ପରେ ଏହି ଅଙ୍ଗ ଗୁଡିକୁ ଆମେ ଅଯଥାରେ ନିଆଁରେ ଦଗ୍ଧୀଭୂତ କରୁଛୁ ନଚେତ୍ ମାଟିରେ ପୋତି ନଷ୍ଟ କରିଦେଉଛୁ। ଯଦି ଆମେ ଏହି ସବୁ ଅଙ୍ଗକୁ ଆବଶ୍ୟକ ଥିବା ବ୍ଯକ୍ତିକୁ ଆମ ମୃତ୍ୟୁ ପରେ ଦାନ କରିଦେବା ତେବେ ଆମ ଅଙ୍ଗ ମଧ୍ୟ ଅମରତ୍ବ ପ୍ରାପ୍ତ କରିବ। ଈଶ୍ବରଙ୍କ ଆଶୀର୍ବାଦରେ ମାଙ୍କ ମାଧ୍ୟମରେ ଆମର ଜନ୍ମ ହୁଏ, କିନ୍ତୁ ଆମ ମୃତ୍ୟୁପରେ ସେ ଶରୀରରେ ଈଶ୍ବରଙ୍କ ହିଁ ଅଧିକାର ରୁହେ। ଯଦି ଈଶ୍ବର ସୃଷ୍ଟି କରିଥିବା ମଣିଷ ମାନଙ୍କ ପାଇଁ ଏକ ଶରୀରର କୌଣସି ଅଙ୍ଗ କାମରେ ଆସିଲା ତେବେ ତାହା ମୋର ସୌଭାଗ୍ୟ ହବ ବୋଲି ସେ କହିଛନ୍ତି ।