ଉଦଳା : ପାଣି ପାଇଁ ଡହଳ ବିକଳlଵୈଶାଖ୍ଯ ମାସ ୪୨ଡିଗ୍ରୀ ଖରାରେ ଗରା,ଵାଲ୍ଟି ରଖି ରାସ୍ତା ଅଵରୋଧ କଲେ ୨୦୦ରୁଉର୍ଧ ମହିଳା l କପ୍ତିପଦା ଵ୍ଲକ ଲାଵଣ୍ଯଦେଇପୁର ପଞ୍ଚାୟତ ମାହାରାସାହୀ ଗ୍ରାମରେ ଵାସ କରନ୍ତି ୮୦ପରିବାର l,୮୦ପରିଵାର ଓ ୩୦୦ଲୋକଙ୍କ ପାଇଁ ୨ ଟି ନଳକୂଅ ଥିଵାଵେଳେ ଖରାଦିନ ଆସିଲେ ତାହା ଅଚଳ ହୋଇଯାଏ l ପ୍ରତିବର୍ଷ ଏଭଳି ପରିସ୍ଥିତି ହେଉଥିଲେ ମଧ୍ୟ ସରପଞ୍ଚ ଏଥିପ୍ରତି ଦୃଷ୍ଟିଦେଉନଥିଵାରୁ ଆଜି ଗ୍ରାମର ୨୦୦ମହିଳା ଗରା ଵାଲ୍ଟି ରଖି ଶରତ-କପ୍ତିପଦା ମୁଖ୍ୟ ରାସ୍ତା କୁ ଗାଇପାଣି ଛକ ନିକଟରେ ସକାଳ୬ଘଣ୍ଟା ଠାରୁ ଵନ୍ଦ କରିଦେଇଥିଲେ l ଫଳରେ ଠାକୁରମୁଣ୍ଡା-ଉଦଳା ଓ କପ୍ତିପଦା-ଠାକୁରମୁଣ୍ଡା ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା lଦୀର୍ଘ୫ଘଣ୍ଟା ପରେ ସରପଞ୍ଚ ପହଞ୍ଚି ଲୋକଙ୍କୁ ଵୁଝାସୁଝା କରି ଆସନ୍ତାକାଲି ଠାରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଵାର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା ।