ଭୁବନେଶ୍ୱର: ଟ୍ରେନରେ ମାସ୍କ ନପିନ୍ଧିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମାସ୍କ ନପିନ୍ଧିଲେ ଓ ଛେପ ପକାଇଲେ ୫ ଶହ ଜରିମାନା ଲଗାଯିବ । ସେଥିପାଇଁ ଟ୍ରେନରେ ଯିବା ବେଳେ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦେଶରେ ଦୃତ ଗତିରେ କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ରେଳ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛନ୍ତି । କରୋନା ସଂପର୍କିତ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦେଶରେ ଏବେ ପ୍ରତିଦିନ ୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କୋଭିଡ ହସ୍ପିଟାଲରେ ବେଡ ସଂଖ୍ୟାରେ ଅଭାବ ପରିଲକ୍ଷିତ ହେଉଛି । ସଂକ୍ରମଣ ଯେକୌଣସି ପ୍ରକାରେ ରୋକିବାକୁ ସରକାର ସର୍ବଦା ଚେଷ୍ଟା କରୁଛନ୍ତି । ସେଥିପାଇଁ ବିଭିନ୍ନ ପ୍ରକାର କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ୩ ହଜାର ପାର୍ କରୁଛି ।