28.1 C
Bhubaneswar
Friday, November 22, 2024
Homeଓଡିଶାସପତ୍ନିକ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କଲେ ନରସିଂହ

ସପତ୍ନିକ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କଲେ ନରସିଂହ

ବଲାଙ୍ଗିର: ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସପତ୍ନିକ କଲେଜ ପହଞ୍ଚି କରୋନା ପ୍ରତିଷେଧକର ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କରିଛନ୍ତି । ଆଜି ତାଙ୍କର ପ୍ରଥମ ପ୍ରତିଷେଧକ ଟିକା ଗ୍ରହଣ କରିବାର ଦେଢ ମାସ ପୁରି ଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଜି ସକାଳ ସାଢେ ନଅ ଟାରେ ସେ ପତ୍ନି କୁସୁମ ମିଶ୍ରଙ୍କ ସହ ଭୀମ ଭୋଂ ମେଡିକାଲ କଲେଜ ପହଞ୍ଚିଥିଲେ । ଡାକ୍ତରଖାନା କର୍ତ୍ତୁପକ୍ଷ, ବିଭାଗୀୟ ଡାକ୍ତର ଓ ନର୍ସ ମାନେ ଉଭୟଙ୍କୁ ଟୀକାକରଣ କେନ୍ଦ୍ରକୁ ପାଛୋଟି ନେଇଥିଲେ । କିଛି ସମୟ ଅପେକ୍ଷା ପରେ ଉଭୟଙ୍କୁ କୋଭିସିଲ୍ଡ ଟିକା ଦିଆଯାଇ ବିଶ୍ରମ କକ୍ଷରେ ବିଶ୍ରାମ କରିବା ପାଇଁ କୁହା ଯାଇଥିଲା । ଅଧ ଘଣ୍ଟା ବିଶ୍ରାମ ନେବା ପରେ ଡାକ୍ତର ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରୀକ୍ଷାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସାଧାରଣ ରହି ଥିବା ବେଳେ ଥିଲା ଡାକ୍ତର ଉଭୟଙ୍କୁ ଘରକୁ ଯିବା ପାଇଁ କହିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସମସ୍ତ ଜନସାଧାରଣଙ୍କୁ କୋଭିଡ ନିୟମ ପାଳନ କରିବା, କରୋନା ପ୍ରତି ସତର୍କତା ଅବଲମ୍ଭନ କରିବା ସହିତ ଟୀକା ଗ୍ରହଣ କରିବା ପାଇଁ ଅହ୍ୱାନ କରିଥିଲେ । ଆଜି ବିଧାୟକଙ୍କ ସମୟରେ ଡା. ଗିରିଜା ଶଙ୍କର ଉଦଗାତା ଓ ବିଧାୟକଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ମନିଷ ମିଶ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking