20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଇଂଟରନେଟରେ ଭାଇରାଲ ହେଉଛି ଏହି ନୂଆ ଡିସ୍

ଇଂଟରନେଟରେ ଭାଇରାଲ ହେଉଛି ଏହି ନୂଆ ଡିସ୍

ନୂଆଦିଲ୍ଲୀ: ଆପଣ ବିଚିତ୍ର ଖାଦ୍ୟ ବ୍ୟଂଜନ ଯେମିତିକି ମ୍ୟାଗୀ ପାନି ପୁରୀ, ଆଇସକ୍ରିମ ପରଟା, ଓ ନ୍ୟୁଟେଲା ବିରୟାନୀ, ଚକୋଲେଟ ମ୍ୟାଗି ଭଳି ଖାଦ୍ୟ ବିଷୟରେ ଶୁଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଡିପ୍ ଫ୍ରାଇଡ ୱାଟର ନାମକ ପକୋଡା ବିଷୟରେ କହିବାକୁ ଯାଉଛୁ । ଡିପ୍ ଫ୍ରାଇଡ ୱାଟର ଏବେ ଇଂଟରନେଟରେ ଲାଟେଷ୍ଟ ଟ୍ରେଣ୍ଡିଂ ଫୁଡ୍ ବନିଯାଇଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଡିପ୍ ଫ୍ରାଇଡ ୱାଟର ବନାଇବାର ପ୍ରଥମ ଭିଡିଓ ୨୦୧୬ରେ ୟୁଟ୍ୟୁବରେ ପୋଷ୍ଟ କରାଯାଇଥିଲା । ହେଲେ ଏବେ ଏହା ପୁଣି ଚର୍ଚ୍ଚାକୁ ଆସିଛି ।
ଏହାର କାରଣ ତେମିକଲ ଇଂଜିନିୟର ଜେମ୍ସ ଅର୍ଗିଲ, ଯିଏ ଡିସେମ୍ବର ୨୦୨୦ରେ ଡିପ୍ ଫ୍ରାଇଡ ୱାଟର ବନାଇବା ପାଇଁ ଚେଷ୍ଟା କରି ଏକ ଭିଡିଓ ପୋଷ୍ଟ କରିଥିଲେ । ଖାସ୍ କତା ହେଲା ଯେ, ସେ ପ୍ରଥମ ଚେଷ୍ଟାରେ ଏମିତି ଭିନ୍ନ ଧରଣର ଡିସ୍ ବନାଇବାରେ ସଫଳ ହୋଇଛନ୍ତି । ଏହି ଭିଡିଓରେ ଜେମସ ନିଜ ୟୁଟ୍ୟୁବ ଚ୍ୟାନେଲରେ ‘ଦ ଆକ୍ସ ଲ୍ୟାବ’ ଉପରେ ପୋଷ୍ଟ କରିଥିଲେ । ଇଂଟରନେଟରେ ଏବେ ଏହି ଭିଡିଓ ଭାଇରାଲ ହେଉଛି । ବ୍ୟବହାରକାରୀ ପ୍ରତିକ୍ରିୟା ବି ରଖୁଛନ୍ତି ।
ଆପଣ ଭାବୁଥିବେ ଯେ, ଡିପ୍ ଫ୍ରାଇଡ ୱାଟର ଫୁଟୁଥିବା ପାଣି  ପାଇଁ କେବଳ ଗୋଟିଏ ଫ୍ୟାନ୍ସି ନାମ ମାତ୍ର । ହେଲେ ଏହି ମାମଲାରେ ଏମିତି ନାହିଁ । ଏଥିରେ କ୍ୟାଲସିୟମ ଏଲିମିନେଟ ନାମକ ଏକ ରାସାୟାନିକ ପଦାର୍ଥର ବ୍ୟବହାର କରି ବନାଯାଏ । ପାଣିରେ କ୍ୟାଲସିୟମ କ୍ଲୋରାଇଟ ଓ ସୋଡିୟମ ଏଲିଗନେଟ ଭଳି କେମିକଲାର ପ୍ରତିକ୍ରିୟା ଯୋଗୁଁ ଜିଲେଟିନ ଭଳି ପଦାର୍ଥ ସୃଷ୍ଟି ହୋଇଥାଏ । ଯାହା ଦେଖିବାକୁ ଜେଲି ଭଳି । ଏହି ଦୁଇ କେମିକାଲ ପାଣିକୁ ତରଳ ଝିଲ୍ଲୀ ରୂପ କରିଦିଅନ୍ତି । ଏହା ଦେଖିବାକୁ ଜେଲି ବଲ ଭଳି ହୋଇଥାଏ ।

ଡିପ୍ ଫ୍ରାଇଡ ୱାଟର ର କନସେପ୍ଟ ପ୍ରଥମଥର ୨୦୧୬ରେ ସାମ୍ନାକୁ ଆସିଥିଲା । ଫୁଡ ବ୍ଲଗର, ସେଫ୍ ଓ ଫ୍ରାଇଡ ଫୁଡ ର ପ୍ରଂଶସକ ଜୋନାଥନ ମାର୍କସ ୟୁଟ୍ୟୁବ ପେଜରେ ଏକ ଭିଡିଓ ଅପଲୋଡ କରିଥିଲେ । ଯେଉଁଥିରେ ସେ ଅଟା, କ୍ରାବସ ଓ ଅଣ୍ଡାରେ ରସାୟନରୁ ପ୍ରସ୍ତୁତ ଜେଲୀ ୱାଟରକୁ ତେଲରେ ଛାଣିଥିଲେ । ଯଦିଏ ସେ ପ୍ରଥମ ଥର ସଫଳ ହୋଇପାରିନଥିଲେ । ମାତ୍ର ପରେ ସେ ସଫଳ ହୋଇଥିଲେ । ତେବେ ଘରେ ଏହାକୁ ପ୍ରୟାସ କରିବାକୁ ସେ ଚେତାବନୀ ଦେଇଛନ୍ତି । କାରଣ ଏହା ଦ୍ୱାରା କୌଣସି ଅଘଟଣ ଘଟିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking