ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢାଇଛି କୋରନା । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକରୁ ଅଧିକ ବଢିବାରେ ଲାଗିଛି । ରାଜ୍ୟରେ ୫୦୦ ଟପିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଟାଇନରୁ ୩୩୭ ଜଣ ଓ ୨୩୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରେ ୨୪, ନୂଆପଡାରେ ୬୦, ବରଗଡରେ ୪୩, ସୁନ୍ଦରଗଡରେ ୮୦,କଟକରେ ୨୮, ଅନୁଗୁଳରେ ୩୨,ମୟୁରଭଞ୍ଜରେ ୧୩, ଷ୍ଟେଟପୁଲରେ ୨୨,ସମ୍ବଲପୁରରେ ୨୧,ପୂରୀରେ ୧୬, ବଲାଙ୍ଗୀରରୁ ୨୦ ,ଗଞ୍ଜାମରୁ ୮ , ଯାଜପୁରରୁ ୧୩ ନବରଙ୍ଗପୁରରୁ ୩ ଓ ଝାରସୁଗଡାରୁ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୨୬୮ କୁ ବୃଦ୍ଧି ହୋଇଛି ।
ତେବେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୯୩୫ ଜଣ ଓ ୩୩୫୮ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।