ଯାଜପୁର: କରୋନା ମହାମାରୀ ଦୂତଗତି ବୁଦ୍ଧି ପାଉଛି l ସରକାର ଙ୍କ ତରଫ ରୁ ମହା ମାରି କରୋନା ପାଇଁ ସାମାଜିକ ଦୂରତା ମାକ୍ସ ପରିଧାନ କରିବା ସହିତ ଅନ୍ୟାନ୍ୟ ଗାଇଡ଼ ଲାଇନ ଜାରି କରିଛନ୍ତି l ଗାଇଡ଼ ଲାଇନି କୁ କଡା କଡୀ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପୋଲିସ କୁ ନିର୍ଦେଶ ଦେଇ ଛନ୍ତି l. ଲୋକ ମାନେ ଏହି ନିୟମ ମାନିବା ପାଇଁ ସଚେତନତା କରାଯାଇଛି l ଏହି ନିୟମ କୁ ଖିଲାଫ କରାଯାଉ ଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ କଠୋର ମୁଡ଼ ରେ ଅଛନ୍ତି ଯାଜପୁର ରୋଡ ପୋଲିସ ପକ୍ଷରୁ ଅନାମିୟା କୁ ସାବାଡ଼ କରିବା ପାଇଁ ଆଜି ଗୋପବନ୍ଧୁ ଛକ ଓ ଚୋରଦା ବାଇ ପାସ ଛକ ନିକଟରେ ମୋଟର ସାଇକେଲ ଓ ଅନ୍ୟାନ୍ୟ ଯାନବାହାନ ଚେକିଂ କରି ଥିଲେ ମାକ୍ସ ପରିଧାନ କରିନଥିବା ବ୍ୟକ୍ତି ମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ ଓ ହେଲମେଟ ଚେକିଂ କରି ଥିଲେ ମାକ୍ସ ପିନ୍ଧି ନଥିବା ବ୍ୟକ୍ତି ମାନଙ୍କ ଠାରୁ 8ହଜାର ଟଙ୍କା ଆଦାୟ କରିଥିଲେ l ଯାଜପୁର ରୋଡ ସହର ରେ କୋବିଦ ଅଇନି କୁ କଡାକଡି ଭାବ ରେ ପାଳନ କରାଯିବ ବୋଲି ଥାନ ଅଧିକାରୀ ଅନିଲ ମହାନ୍ତି ସୂଚନା ଦେଇଛନ୍ତି l ଚେକିଂ ସ୍କ୍ୱାର୍ଡ ରେ ପ୍ରବିତ୍ର ମହାରଣା ଓ ରାଜେଶ ସେଠି ପ୍ରମୁଖ ପୋଲିସ ଅଫିସର ମାକ୍ସ ଚେକିଂ ରେ ଭାଗ ନେଇ ଥିଲେ l