28.1 C
Bhubaneswar
Monday, November 18, 2024
Homeଓଡିଶାବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ମୟୂରଭଞ୍ଜ(ଘାସିରାମ ବେହେରା): ଆଜି ବି ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ମାତ୍ର ଅତି ଦୁଃଖର ବିଷୟ ବନ ବିଭାଗର ଦୁର୍ବଳ ପରିଚାଳନା ଗତ ତ୍ରୁଟି ପାଇଁ ଗତକାଲି ତା ୧୭/୦୩/୨୦୨୧ ରିଖ ଦିନ ଶିମିଳିପାଳର ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଅସ୍ଥାୟୀ ବନକର୍ମଚାରୀ ବରେହିପାଣି ରେଞ୍ଜ ଅନ୍ତର୍ଗତ ତୁଳସୀବଣୀ ଗେଟ ନିକଟ ଚାଡିରିପାହାଡ଼ରେ ଲାଗିଥିବା ନିଆଁ ଲିଭାଉଥିଲେ। ସେଠାରୁ ତାଙ୍କୁ ଚେତାଶୂନ୍ୟ ଭାବେ ସହକର୍ମୀମାନେ ଉଦ୍ଧାର କରିଥିଲେ। ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ମୟୂରଭଞ୍ଜ ଜିଲ୍ଲାର ଗର୍ଵ, ଗୌରବ ଶିମିଳିପାଳର ସୁରକ୍ଷା ପାଇଁ ନିୟୋଜିତ ରହି କର୍ତ୍ତବ୍ୟ ସମ୍ପାଦନ ବେଳେ ଜୀବନ ଦେଇଥିବାରୁ ମୃତ କର୍ମଚାରୀ ବୀରକିଶୋର ସିଂ ଙ୍କୁ ଶହୀଦ ଭାବେ ଚିତ୍ରଣ କରିଛି ଭଞ୍ଜସେନା। ଏବଂ ଶହୀଦ ବୀରକିଶୋର ସିଂ ଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରି ପରିବାରରୁ ଜଣକୁ ଚାକିରୀ ସହିତ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୧୦ ଲକ୍ଷଟଙ୍କା ଯଥାଶୀଘ୍ର ପ୍ରଦାନ କରିବା ଏବଂ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛି ଭଞ୍ଜସେନା। ଉପରୋକ୍ତ ଦାବିନେଇ ଜିଲ୍ଲାର ଏକମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଆଜି ସଭାପତି ପିଣ୍ଟୁ ମାଇତିଙ୍କ ନେତ୍ରୁତ୍ବରେ ଶତାଧୀକ ଯୁବ-ଛାତ୍ର “କ୍ଷେତ୍ର ନିର୍ଦ୍ଦେଶକ ,ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ” କାର୍ଯାଳୟକୁ ତାଲାବନ୍ଦ କରିବା ସହ ଘେରାଉ କରି ଅଚଳ କରିଛନ୍ତି। ଆଜିକାର ଏହି କାର୍ଯ୍ୟକ୍ରମରେ ପିଣ୍ଟୁ ମାଇତିଙ୍କ ସମେତ କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ,ଉପାଧ୍ୟକ୍ଷ ନିମାଁଇ ତ୍ରିପାଠୀ,ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା,ଆଦିବାସୀ ଶାଖା ସଭାପତି ବାଜୁନ୍ ହାଂସଦା,ଯୁବ ସଭାପତି ମାନସ ବେହେରା,ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର,ସଂପାଦକ ସେକ ରାଜା ଖାନ୍,ଉପସଭାପତି ଜିତୁ ଶିବାନନ୍ଦ,ପ୍ରଶାନ୍ତ ମହାକୁଡ,ଶ୍ୟାମାଖୁଣ୍ଟା ବ୍ଲକ ସଭାପତି ବୀଜୁ ସିଂ,ସାଂଗଠନିକ ସମ୍ପାଦକ ଧନଞ୍ଜୟ ସାହୁ,ଛାତ୍ର ଉପ ସଭାପତି- ରବୀନ୍ଦ୍ର ସାହୁ,ରତିକାନ୍ତ ଦାସଙ୍କ ସମେତ ବହୁ ପ୍ରମୁଖ କର୍ମକର୍ତ୍ତା ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking