ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକଠାରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଶତାଧିକ ଦିବ୍ୟାଙ୍ଗ ଦିନସାରା ଟାଣଖରାରେ ଛଟପଟ ହୋଇଥିବା ନଜର ଆସିଛି । ପ୍ରଶାସନର ଅନୁମାନ ଠାରୁ ଅଧିକ ସଂଖ୍ୟାରେ ଆସାୟୀ ଅସିବାରୁ ଏଠାରେ ପରିଚାଳନା ଗତ ଅବ୍ୟବସ୍ଥା ଦେଖାଦେଇଥିଲା । ଯାହାକୁ ଏହି ସ୍ଥାନୀୟ ଅଚଂଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ବ୍ଲକର ବିଭିନ୍ନ ପଂଚାୟତରୁ ହଜାର ହଜାର ଦିବ୍ୟାଙ୍ଗ ନାମ ପଞ୍ଜିକରଣ କରିବାକୁ ଆସିଥିଲେ । ତେବେ ମାତ୍ର ୬୩୫ ଜଣଙ୍କ ନାମ ପଞ୍ଜିକରଣ କରିଥଲେ । ଶିବିରରେ ଆବଶ୍ୟକ ରହଣି, କୁଉଂଟର, ପାନୀୟ ଜଳ ସୁବିଧା କରାନଯିବାରୁ ସେଠାରେ ନାହିଁ ନଥିବା ଅସୁବିଧା ଦେଖା ଦେଇଥିଲା । ଏହି ଅବ୍ୟବସ୍ଥା ଯୋଗୁଁ ସେମାନେ ଟାଣ ଖରାରେ ଅପେକ୍ଷା କରିଥିଲେ । ଏ ସଂପର୍କରେ ବିଡିଓଙ୍କୁ ପଚାରିବାରୁ ଆମେ ଯେତିକି କଳନା କରିଥିଲୁ ତା ଠାରୁ ଅଧିକ ସଂଖ୍ୟକ ଦିବ୍ୟାଙ୍ଗ ଆସିଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି। ତେବେ ଆଗାମୀ ଦିନରେ ଯେପରି ଏପରି ଅସୁବିଧା ଦେଖା ନଯିବ ସେନେଇ ସେ ପ୍ରତିଶୃତି ଦେଇଛନ୍ତି ।