ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ମାମଲାରେ ହେଉଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଟେଷ୍ଟ, ଟ୍ରାକ ଓ ଟ୍ରୀଟ ରଣନୀତି ଉପରେ କାମ କରିବାକୁ କହିଛନ୍ତି । ସରକାର କହିଛନ୍ତି ଯେ, ଯାଂଚ ବଢାଇ କଣ୍ଟାକ୍ଟ ଟ୍ରେସିଂକୁ ଉନ୍ନତ କରିବା ଏବଂ ରୋଗୀଙ୍କୁ ଟିକା ଲଗାଇ କରୋନା ସଂକ୍ରମଣ ବୃଦ୍ଧିରେ ନିୟନ୍ତ୍ରଣ କରାଯାଇପାରିବ । ଏହି ୮ ରାଜ୍ୟ ମଧ୍ୟରେ ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡିଶା, ଗୋଆ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ସହିତ ଦିଲ୍ଲୀ ଓ ଚଣ୍ଡୀଗଡ ମଧ୍ୟ ସାମିଲ ରହିଛି । ପୂର୍ବରୁ ମହାରାଷ୍ଟ୍ର ଓ ପଂଜାବରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଏହି ୮ ରାଜ୍ୟର ୬୩ ଜିଲ୍ଲା ପାଇଁ ଚିନ୍ତା ରହିଛି । ଏହି ପ୍ରଭାବିତ ଅଞ୍ଚଳରେ କୋଭିଡ ସଂକ୍ରମିତ ରୋଗୀଙ୍କ ସମ୍ପର୍କ ଅନୁସନ୍ଧାନ ମଧ୍ୟ ଦୁର୍ବଳ ହୋଇଯାଇଛି । ଏଥିମଧ୍ୟରୁ 9 ଟି ଜିଲ୍ଲା ହେଉଛି ଦିଲ୍ଲୀ, 15 ହରିୟାଣା, ଆନ୍ଧ୍ରପ୍ରଦେଶ-ଓଡିଶାର 10, ହିମାଚଳ ପ୍ରଦେଶ 9 ଏବଂ ଉତ୍ତରପ୍ରଦେଶ 7 ଟି ଜିଲ୍ଲା । ଗୋଆ ୨ ଏବଂ ଚଣ୍ଡିଗଡ଼ର ଗୋଟିଏ ଜିଲ୍ଲାରେ କରୋନା ମାମଲାରେ ଏହି ଧାରା ପରିଲକ୍ଷିତ ହୋଇଛି ।