ନୂଆଦିଲ୍ଲୀ: ବିହାରରେ ଲଗାତର ଭାବେ ମହିଳାଙ୍କ ସହ ଅପରାଧ ବଢିବାରେ ଲାଗିଛି । ସୋନପୁରରେ ଜଣେ ଯୁବତୀଙ୍କ ସହ ଏମିତି କିଛି ଘଟିଥିବା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଯୁବତୀ ଜଣକ ଘରେ ରାଗି ସିବାନରୁ ସୋନପୁରରେ ପହଂଚିଥିଲେ । ରେଳ ଷ୍ଟେସନରେ ଓହ୍ଲାଇବା ପରେ ତାଙ୍କ ସହିତ ୩ ଜଣ ଦୁଷ୍କର୍ମ କରିଥିଲେ । ପରେ ଝିଅକୁ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପରେ ସେ ଭୟଭୀତ ହୋଇ ସୋନପୁରରୁ ପୁଣି ସିବାନ ଅଭିମୁଖେ ପାଦରେ ଚାଲି ଚାଲି ଯାଇଥିଲେ । ସେତେବଳକୁ ରାତି ହୋଇଯାଇଥିଲା । ପରେ କିଛି ମହିଳାଙ୍କ ନଜର ତାଙ୍କ ଉପରେ ପଡିଥିଲା । ଯୁବତୀଙ୍କ ଜଣଙ୍କ କଣ ପାଇଁ କାନ୍ଦୁଛନ୍ତି ଏବଂ ତାଙ୍କ ସହ କଣ ହୋଇଛି ବୋଲି ସେମାନେ ପଚାରିଥିଲେ । ପୀଡିତା ଯୁବତୀ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ପରେ ଉକ୍ତ ମହିଳାମାନେ ନିକଟସ୍ଥ ଥାନାରେ ଏ ସଂପର୍କରେ ଅବଗତ କରାଇଥିଲେ । ଏହା ପରେ ପୀଡିତାଙ୍କ ପରିବାର ଲୋକେ ଖବର ପାଇ ସୋନପୁରରେ ପଂହଚିଥିଲେ । ଏବେ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।