17.1 C
Bhubaneswar
Monday, November 18, 2024
Homeଓଡିଶାକଂଗ୍ରେସର ଓଡିଶା ବନ୍ଦ ସଫଳ

କଂଗ୍ରେସର ଓଡିଶା ବନ୍ଦ ସଫଳ

ମୟୂରଭଞ୍ଜ :  ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ବିଚାରକୁ ନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅତ୍ୟଧିକ ଦରବୃଦ୍ଧିକୁ ବିରୋଧ କରିବା ସହିତ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳନ କରିଛି କଂଗ୍ରେସ। ବନ୍ଦ ପ୍ରଭାବରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅଖଚକ ସହ ଦୋକାନବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଆଜି ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ମଧ୍ୟ ବନ୍ଦ ସଫଳ ହୋଇଛି । ସେହିପରି ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ମୀନକେତନ ବେହେରାଙ୍କ ନେତୃତ୍ୱରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବନ୍ଦକୁ ମିଳିଛି ଅଦ୍ଭୂତପୂର୍ବ ଜନସମର୍ଥନ ।

ବନ୍ଦ ଯୋଗୁଁ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୧୮ ନମ୍ବର ଜାତୀୟ ରାଜପଥ ସହିତ ସହରରେ ଅଖଚକ ବନ୍ଦ ସହ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ କଲେଜ, ବ୍ୟାଙ୍କ, ଜୀବନ ବୀମା, ପୋଷ୍ଟ ଅଫିସ, କୋର୍ଟକଚେରୀ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦି ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା ବନ୍ଦ ରହିଥିବା ବେଳେ କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେଵା ଜାରି ରହିଥିଲା । ଆଜିର ବନ୍ଦକୁ କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଇଥିଲା । ବନ୍ଦକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟବୃଦ୍ଧିକୁ ରୋକିବାରେ ସରକାରଙ୍କ ବିଫଳତା ସାଙ୍ଗକୁ କୃଷିବିଲ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ ରହିଥିଲା ।
କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ,ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ମଧ୍ୟ ସାମିଲ ହୋଇ ଏହି ବନ୍ଦ ପାଳନକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ନିରୋଜ ଲୋଚନ ଦାଶ, ବିଜନ ଦାସ, ଜ୍ୟୋତିପ୍ରକାଶ ରଥ, ସୁଦୀପ ମନ୍ତ୍ରୀ, ପ୍ରଦୀପ ମିଶ୍ର, ସରସ୍ୱତୀ ହେମ୍ବ୍ରମ, ଯୋଗେଶ ଅଗ୍ରୱାଲ, ଅରବିନ୍ଦ ଦାସ, ସସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ଶାନ୍ତନୁ ପାଲ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking