ମୟୂରଭଞ୍ଜ(ଘାସିରାମ ବେହେରା) : ଝରାଫୁଲ ହତ୍ୟା ଘଟଣାକୁନେଇ ଥମୁନି ଚର୍ଚ୍ଚା କି ତଦନ୍ତରେ ପଡ଼ୁନ ପୂର୍ଣ୍ଣଛେଦ।ହତ୍ୟା ପଛରେ ଥିବା ରହସ୍ୟ ଭେଦ କରିପାରୁନି ପୋଲିସ ।ଘଟଣାକୁ ୧୯/୨୦ ହୋଇଥିଲେ ମଧ୍ୟ ସମସ୍ତ ସଂପୃକ୍ତଙ୍କୁ ଧରିବାରେ ବିଫଳ ରହିଛି ପୋଲିସ। ତେବେ ହତ୍ୟା ଘଟଣାର ରହସ୍ୟ ଭେଦ କରିବା ଲକ୍ଷ୍ୟରେ ଝରାଫୁଲର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ବୃନ୍ଦେଇପୋଷି ଗାଁରେ ଯାଜପୁର ପୋଲିସ । ଯାଜପୁର ଏସଡିପିଓ ଚିନ୍ମୟ ନାୟକ ଏବଂ କୁଆଖିଆ ପୋଲିସର ଏକଟିମ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଝରାଫୁଲ ମୃତ୍ୟୁର ବିଭିନ୍ନ ଦିଗକୁ ଗାଁ ଲୋକଙ୍କଠାରୁ ପଚାରି ବୁଝିବା ସହିତ ଘଟଣା ଦିନ ଏବଂ ଘଟଣା ପୂର୍ବରୁ ଘର ଲୋକଙ୍କ ସହ କଣ କଥା ହଇଥିଲେ ଝରାଫୁଲ ସେ ନେଇ ଝରାଫୁଲର ବାପା ମାଆଙ୍କୁ ଯାଜପୁର ପୋଲିସ ପଚାରିଥିଲା । ଏହା ସହିତ ରାକେଶ ସ୍ବାଇଁ ରହିଥିବା ରାମଚନ୍ଦ୍ର ନାୟକ ଘରକୁ ଯାଇ ବିଭିନ୍ନ ଦିଗ ଉପରେ ତଦନ୍ତ କରିବା ସହିତ , ସେହି ଗାଁରେ ରାକେଶ ପୂଜା କରିଥିବା ସୁଷମା ନାୟକଙ୍କୁ ମଧ୍ୟ ପଚାରିଥିଲା । ରାକେଶ କଣ ପାଇଁ ପୂଜା କରିଥିଲେ ସେ ଦିଗରେ ମଧ୍ୟ ତଦନ୍ତ କରିଥିଲା ଯାଜପୁର ପୋଲିସ । ଏଥିସହିତ ସୁଷମା ନାୟକଙ୍କୁ ରାକେଶ କହିଥିବା ଘଟଣା ମଧ୍ୟ ପୋଲିସକୁ ସୁଷମା ନାୟକ ସୂଚନା ଦେଇଥିଲେ ।
ତେବେ ଏତେ ସବୁ ଘଟଣା ପୋଲିସ ଗାଁ ଲୋକଙ୍କ ଠାରୁ ସୂଚନା ପାଇଥିଲେ ବି ଝରାଫୁଲ ମୃତ୍ୟୁର କାରଣ କହିବା ବଦଳରେ ଅଶ୍ବାସନା ଦେଇଥିଲେ ଦୋଷୀ ନିଶ୍ଚିତ ଦଣ୍ଡ ପାଇବ । ହେଲେ ଝରାଫୁଲ ବାପା ପ୍ରଶ୍ନ କରିଛନ୍ତି କେବେ ନ୍ୟାୟ ମିଳିବ ମୃତ୍ୟୁ ର ୧୯/୨୦ ଦିନ ବିତି ଯାଇଥିଲେ ବି କାହା ଚାପରେ ପୋଲିସ ? କାହିଁକି ସାର୍ବଜନୀନ କରୁନି ପୋଲିସ କଣ ରହିଛି ମୃତ୍ୟୁ ରହସ୍ୟ ?
ତେବେ ଆବଶ୍ୟକ ତଦନ୍ତ ପରେ କୁଆଖିଆ ପୋଲିସ ଟିମ ଫେରିଯାଇଥିଲା। ପ୍ରତିକ୍ରିୟା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କିଛି କହିନଥିଲେ ପୋଲିସ ଅଧିକାରୀ। ତେବେ ଏହି ବହୁ ଚର୍ଚ୍ଚିତ ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ହତ୍ୟା ଘଟଣାକୁନେଇ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଆହା କହିବାକୁ ନ ଆସିବା ଆଦିବାସୀମାନଙ୍କୁ ସରକାର କୋଉଠି ନା କୋଉଠି ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରି କହିଛି ଭଞ୍ଜସେନା । ଭଞ୍ଜସେନା ପକ୍ଷରୁ ଆଜି ଝରାଫୁଲ ଗାଁ ବୃନ୍ଦେଇପୋଷିକୁ ଆସି ପରିବାରଙ୍କୁ ଭେଟିବା ସହିତ ପରିବାର ବର୍ଗଙ୍କୁ ଅଶ୍ବାସନା ଦେଇଥିଲେ। ମାତ୍ର ଝରାଫୁଲ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବାରୁ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଏବଂ କର୍ମକର୍ତାମାନେ ଝରାଫୁଲର ବାପା ରମାକାନ୍ତ ନାୟକଙ୍କୁ ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଝରାଫୁଲ ମୃତ୍ୟୁର ରହସ୍ୟ ଦୀର୍ଘଦିନ ପରେବି ଉନ୍ମୋଚନ ହଇ ନ ଥିବାରୁ ବାପା ରମାକାନ୍ତ ଏବେ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ସହିତ ଖିଆପିଆ ଛାଡି ଦେଇଥିବାରୁ ସ୍ୱାସ୍ଥ୍ୟବସ୍ଥା ଦିନକୁଦିନ ବିଗିଡିବାରେ ଲାଗିଛି । ଅନ୍ୟପଟେ ଝରାଫୁଲର ହତ୍ୟାରେ ସଂପୃକ୍ତ ସମସ୍ତ ହତ୍ୟାକାରୀଙ୍କୁ ଧରି ତୁରନ୍ତ କୋର୍ଟ ଚାଲାଣ କରିବା ଦିଗରେ ଟାଳଟୁଳ ନୀତି ଆପଣାଇଲେ ଆତ୍ମାହୁତି ଦେବେ ବୋଲି କହିଛନ୍ତି ଝରାଫୁଲର ମାଆ।
ତେବେ ଆଜି ଭଞ୍ଜସେନା ଝରାଫୁଲ ଗାଁକୁ ଆସି ଏତେଦୋଷା ଦେଖିବାପରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଆଗାମୀ ୭ଦିନ ମଧ୍ୟରେ ଝରାଫୁଲ ମୃତ୍ୟୁରହସ୍ୟ ରାଜ୍ୟ ସରକାର କିମ୍ବା ଯାଜପୁର ପୋଲିସ ଉନ୍ମୋଚନ ନ କରନ୍ତି ତେବେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ,କଲେଜ ବନ୍ଦ କରି ଆନ୍ଦୋଳନକୁ ଅହ୍ଲାଇବ ଭଞ୍ଜସେନା। ଅନ୍ୟପଟେ ଏହି ସମ୍ବେଦନଶୀଳ ହୃଦୟବିଦାରକ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହସ୍ୟ ଉନ୍ମୋଚନ ପାଇଁ ଆବଶ୍ୟକ ତତ୍ପରତା ପ୍ରକାଶ କରାନଗଲେ କୌଣସି ବି ନେତା ମନ୍ତ୍ରୀଙ୍କୁ ମୟୁରଭଞ୍ଜ ଜିଲ୍ଲାକୁ ପ୍ରବେଶ କରାଇଦେବନି ବୋଲି ଚରମବାଣୀ ଶୁଣାଇଛି ଭଞ୍ଜସେନା l