ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ଶନିବାର ଦିନ ସୁରକ୍ଷା କର୍ମୀ ଲସ୍କର ଏ ମୁସ୍ତଫାର ଜଣେ ଆତଙ୍କବାଦୀ ହିଦାୟତୁଲ୍ଲାହ ମଲିକକୁ ଗିରଫ କରିଛନ୍ତି । ଜମ୍ମୁ ଓ ଅନନ୍ତନାଗ ପୁଲିସର ମିଳିତ ସହଯୋଗରେ ହିଦାୟତୁଲ୍ଲାହକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜମ୍ମୁ କଶ୍ମୀର ପୋଲିସ କହିଛି ଯେ, ଲକ୍ସର ଏ ମୁସ୍ତଫା କଶ୍ମୀରରେ ଜୈଶ ଏ ମୋହମ୍ମଦର ଏକ ଶାଖା ରହିଛି । ଜମ୍ମୁ ପୁଲିସ ର ବରିଷ୍ଠ ଅଧିକ୍ଷକ ଶ୍ରୀଧର ପାଟିଲ କହିଛନ୍ତି, ଆତଙ୍କବାଦୀ ହିଦାୟତୁଲ୍ଲାହ କୁ ଜମ୍ମୁରେ କୁଂଜବାନୀ ନିକଟରୁ ଗିରଫ କରାଯାଇଛି । ତା ନିକଟରୁ ଏକ ବନ୍ଧୁକ, ଏକ ଗ୍ରେନେଡ ମଧ୍ୟ ଜବତ ହୋଇଛି । ତେବେ ସେ ପୁଲିସ ଉପରକୁ ହାମଲା କରିଥିବା ମଧ୍ୟ ସେ କହିଛନ୍ତି ।