21.1 C
Bhubaneswar
Monday, November 18, 2024
Homeଓଡିଶାରାଜେନ୍ଦ୍ର କଲେଜରେ ନିମ୍ନମାନର କାମ ନେଇ ଅଭିଯୋଗ କଲା ବିଜୁ ଛାତ୍ର ଜନତା ଦଳ

ରାଜେନ୍ଦ୍ର କଲେଜରେ ନିମ୍ନମାନର କାମ ନେଇ ଅଭିଯୋଗ କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ରାଜେନ୍ଦ୍ର କଲେଜ ୟୁନିଭର୍ସିଟିରେ ଅତି ନିମ୍ନମାନର କାମ ହୋଇଥିବା ଲିଖିତ ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ । ଗତ କାଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ ନନ୍ଦଙ୍କ ନେତୃତ୍ୱରେ ଏକ ଛାତ୍ର ଦଳ ବାହାରି ପୁର୍ତ୍ତ ବିଭାଗ ଅଧିକାରୀଙ୍କୁ ଦେଖା କରିବା ସହିତ ରାଜେନ୍ଦ୍ର କଲେଜରେ ନିମ୍ନ ମାନର କାମ ହୋଇଥିବା ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହି ପତ୍ର ଅନୁସାରେ କଲେଜ କେଫେଟେରିଆରେ ଅତି ନିମ୍ନ ମାନର କାମ ହୋଇଛି । କଲେଜ ର ପ୍ଲାଟିନମ୍ ଗେଟ ନିର୍ମାଣରେ ଅତି ନିକୃଷ୍ଟ ଧରଣର କଞ୍ଚାମାଲ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି ଯାହା ଆଦ୍ୱେ ସନନୋଷଜନକ ହୋଇପାରି ନାହିଁ । ଏସବୁ କାମ ଗୁଡିକ ବିନା ଯୋଜନାରେ ହୋଇଥିବା ବେଳେ କୌଣସି କାମ ଠିକ ଢଙ୍ଗରେ ହୋଇନଥିବା ଛାତ୍ରଦଳ ଅଭିଯୋଗ କରିଛି । ସେହିପରି ବର୍ଷ ପରେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଡିଟୋରିଅମ ର ସ୍ଥାପନା ହୋଇପାରି ନାହିଁ । ଚାରି ବର୍ଷ ହେଲା ଛାତ୍ରି ଓ ଛାତ୍ର ନିବାସ ର କାମ ଚାଲୁଥିଲେ ସୁଦ୍ଧା ଏହା ଏ ପର୍ଯ୍ୟନ୍ତ ସରିନାହିଁ । ପୁରୁଣା ଛାତ୍ରଆବାସ ମାନଙ୍କରେ ବିଜୁଳି ଜଳୁ ନାହିଁ । ଗଣିତ ବିଭାଗ ଭଳି କିଛି ବିଭାଗରେ ଶୌଚାଳୟ ନଥିବା ବେଳେ ଉଭୟ ଛାତ୍ର ଓ ଶିକ୍ଷକ ହଇରାଣ ହେଉଛନ୍ତି । ଇନ୍‌ଡୋର ଷ୍ଟେଡିଅମ ଓ କମନ୍ ରୁମ ର ଆବଶ୍ୟକତା ରହିଛି । ତେଣୁ ଉପରୋକ୍ତ ବିଷୟମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁର୍ତ୍ତ ବିଭାଗକୁ ଦାବୀ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ସେହିପରି ଦଳର ସଦସ୍ୟମାନେ ଜିଲ୍ଲପାଳଙ୍କୁ ଦେଖା କରବା ସହ ବିଭିନ୍ନ ସମସ୍ୟା ଉପରେ ଏକ ପତ୍ର ପ୍ରଦାନ କରିଛନ୍ତି । ଏହି ପତ୍ରରେ କଲେଜ ଘର ଓ ବାଡକୁ ଲୋକକଳାରେ ଚିତ୍ରିତ କରିବା , ଜୋର ଜବରଦସ୍ତି କିଛି ଲୋକ ୟୁନିଭର୍ସିଟି ପରିସରରେ ଦୋକାନ ଖୋଲିବା ଓ ବିଭିନ୍ନ ବିଭାଗରେ ଶୌଚାଳୟ ନଥିବା ଆଦି କଲେଜର ବିଭୀନ୍ନ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ସୁମନ ନନ୍ଦଙ୍କ ବ୍ୟତିତ ଶିବ ପ୍ରସାଦ ବିଶ୍ୱାଳ, ଆଶିଷ ଗଡତିଆ, ମିଲନ ସାହୁ ଓ ହୀତେଶ କୁମାର ଦଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking