28.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗପଶାରୁଣୀ ପତ୍ର ବିଷୟରେ ଜାଣିଛନ୍ତି କି

ପଶାରୁଣୀ ପତ୍ର ବିଷୟରେ ଜାଣିଛନ୍ତି କି

ଭୁବନେଶ୍ୱର: ଗାଁ ଗହଳିରେ ମିଳୁଥିବା ପଶାରୁଣୀ ଲଟାକୁ ଆୟୁର୍ବେଦରେ ଗନ୍ଧ ପ୍ରସାରିଣି କୁହାଯାଏ । ସାଧାରଣତଃ ପଶାରୁଣୀ ପତ୍ରରୁ ଦୁର୍ଗନ୍ଧ ଆସିଥାଏ । ଏହାକୁ ଶାଗ ଭାବରେ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହାଛଡା ଚାଉଳ ମିଶାଇ ପିଠା କିମ୍ବା ବେସନ ମିଶାଇ ପକୁଡି କରାଯାଇଥାଏ । କଂଚାକଦଳୀ, ବାଇଗଣ କିମ୍ବା ଆଳୁ ସହ ଏହି ପତ୍ରକୁ ବାଟି ତରକାରୀ କରାଯାଇଥାଏ । ଯାହା ଅତ୍ୟନ୍ତ ସ୍ୱାଦିଷ୍ଟକର ହୋଇଥାଏ । ଖାଦ୍ୟ ଛଡା ରୋଗ ପାଇଁ ବି ଏହାକୁ ବ୍ୟବହାର କରାଯାଏ । ପଶାରୁଣୀ ପତ୍ର ଅର୍ଥାଇଟିସ, ଗଣ୍ଠି ଦରଜ ଓ ଯନ୍ତ୍ରଣାରୁ ଉପଶମ ଦେଇଥାଏ । ଯକୃତକୁ ସୁସ୍ଥ ରଖିବା ସହ ବଦହଜମ, ଆମ୍ବିଳା ହାକୁଡି, ଏସିଡିଟି ଓ ସଂକ୍ରମଣରୁ ରକ୍ଷା କରେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବାତ ଓ କଫ ଭଲ କରିବାରେ ସାହାଯ୍ୟ କରେ । ସେଥିପାଇଁ ଏହି ଲତାକୁ ନିଜ ବାଡିରେ ଲଗାଇବା ସହ ଖାଦ୍ୟ ଭାବେ ବ୍ୟବହାର କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking