ନୂଆଦିଲ୍ଲୀ : ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବିଦେଶୀ ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଦେଇଥିବା ମନ୍ତବ୍ୟ ଉପରେ ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି। ଏକ ବିବୃତ୍ତି ପ୍ରଦାନ କରି ମିନିଷ୍ଟ୍ରି ଅନୁରୋଧ କରିଛି ଯେ, ଏଭଳି ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ତତ୍ପର ହେବା ପୂର୍ବରୁ ସମସ୍ତ ତଥ୍ୟ ଜାଣିବା ଉଚିତ ଏବଂ ଏହି ବିଷୟଗୁଡିକ ଉପରେ ସଠିକ୍ ବୁଝାମଣା ରହିବା ଉଚିତ୍ । ବିବୃତ୍ତିରେ କୁହାଯାଇଛି ଯେ ସମ୍ବେଦନଶୀଳ ସୋସିଆଲ ମିଡିଆ ହ୍ୟାସଟ୍ୟାଗ ଏବଂ ମନ୍ତବ୍ୟ, ବିଶେଷ ଭାବରେ ଯେତେବେଳେ ସେଲିବ୍ରିଟି ଏବଂ ଅନ୍ୟମାନେ ବ୍ୟବହାର କରୁଛନ୍ତି , ତାହା ସଠିକ୍ କି ନୁହେଁ । ଚାଲିଥିବା କୃଷକ ବିରୋଧକୁ ସମର୍ଥନ କରି ବହୁ ସେଲିବ୍ରିଟି ବାହାରକୁ ଆସିବା ପରେ ଏହି ବିବୃତ୍ତି ଦିଆଯାଇଛି । ପପ୍ ଷ୍ଟାର୍ ରିହାନା ଠାରୁ ଆରମ୍ଭ କରି ପୂର୍ବତନ ପର୍ଣ୍ଣ ତାରକା ମିୟା ଖଲିଫା ସୋସିଆଲ ମିଡିଆ ରେ କେନ୍ଦ୍ର ସରକାରଙ୍କ କୃଷି ଆଇନ କୁ ବିରୋଧ କରି ଚାଷୀଙ୍କୁ ସମର୍ଥନ କରିଥିଲେ । ଏହି ବିରୋଧଗୁଡିକ ଭାରତର ଗଣତାନ୍ତ୍ରିକ ନୈତିକତା ଏବଂ ଶାସନତନ୍ତ୍ର ରେ ଦେଖାଯିବା ଆବଶ୍ୟକ । ଭାରତୀୟ ସଂସଦ ରେ ଏ ବିଷୟରେ ସମ୍ପୂର୍ଣ ଭାବରେ ଆଲୋଚନା ହେବ ପରେ ସରକାର ଏହି ବିଲ ପାସ କରାଇଥିଲେ । ଫଳରେ କୃଷକମାନେ ମାର୍କେଟ ରେ ପ୍ରବେଶ କରିବା ସହ ଗ୍ରେଟର ଫ୍ଲେକ୍ସବିଲିଟି ସେମାନଙ୍କୁ ମିଳିପାରିବ । ଭାରତରେ କୃଷକଙ୍କ ପାଇଁ ଏକ ଛୋଟିଆ ଭାଗ ସଂରକ୍ଷଣ ରହିଛି । ଚାଷୀଙ୍କ ଆନ୍ଦୋଳନ ଏବଂ ତାଙ୍କ ଭାବନାକୁ ସମ୍ମାନ ଦେଇ ସରକାର କୃଷକ ନେତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ଏହି ଆଲୋଚନାରେ ସାମିଲ ହେଉଥିବାବେଳେ ଏ ଯାଏଁ ପ୍ରାୟ 11 ଥର ଆଲୋଚନା ହୋଇସାରିଲାଣି । ଏହି କୃଷି ଆଇନ କୁ ସ୍ଥଗିତ ରଖିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ଜାନୁଆରୀ 26 ତାରିଖରେ ଚାଷୀମାନେ ଉଗ୍ର ରୂପ ଧାରଣା କରି ଆତଙ୍କ ରଚାଇଥିଲେ । ଏହି ଆନ୍ଦୋଳନକୁ ଅନ୍ତର୍ଜାତୀୟ ଭାବରେ ସମର୍ଥନ କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଅପମାନିତ କରାଯାଇଛି । ଭାରତୀୟ ପୋଲିସ ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ । ମାତ୍ର ସଫଳ ହୋଇପାରିନଥିଲେ । ଶତାଧିକ ପୋଲିସ କର୍ମୀ ଏଥିରେ ଆହତ ହୋଇଥିଲେ ଆଉ କିଛି ଗୁରୁତର ଅବସ୍ଥାରେ ମଧ୍ୟ ରହିଛନ୍ତି । ଏହି ବିଷୟ ଉପରେ କିଛି ବି ମନ୍ତବ୍ୟ ଦେବା ପୂର୍ବରୁ ସତ୍ୟର ଅନୁସନ୍ଧାନ କରିବା ଉଚିତ ।