ଭୁବନେଶ୍ୱର : ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍ ଅଫ ନାଇଟ୍’ ବା କୋରାଲ ଜାସ୍ନିମ୍ ବା ସରୋପୁଲ୍ ଟ୍ରି କହାଯାଏ ଏବଂ ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍ଥେସ୍ ଆରବୋରଟ୍ରିସ୍ଟିସ୍ । ନିକ୍ଟାନ୍ଥେସ୍’ର ଅର୍ଥ ରାତିର ଫୁଲ ଓ ଆର୍ବୋରଟ୍ରିସ୍ଟିସ୍’ର ଅର୍ଥ ‘ଦୁଃଖ ଗଛ’ । ଓଡ଼ିଆରେ ଶୃଙ୍ଗାରହାର ବା ଶେଫାଳୀ କହୁଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ କୁହାଯାଏ । ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ । ଏହା କଟୁ, ରୁକ୍ଷ, ଉଷ୍ଣବୀର୍ଯ, କ୍ଷୟ ରୋଗ ନାଶକ ଏବଂ ବାୟୁ ନାଶକ । ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । ହିନ୍ଦୁ ବିଶ୍ୱାସ ଅନୁଯାୟୀ ସ୍ୱର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।
ମୁଣ୍ଡବିନ୍ଧା – ଯେ କୌଣସି ମୁଣ୍ଡବିନ୍ଧା ପାଇଁ ଗଙ୍ଗଶିଉଳୀର ୫/୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତକ୍ଷଣାତ୍ ଉପସମ ମିଳେ l
ମ୍ୟାଲେରିଆ ଜ୍ୱର- ଗଙ୍ଗଶିଉଳୀପତ୍ରକୁ ସାତଟି ଗୋଲ ମରିଚସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ପିଇଲେ ଭଲ ହୋଇଥାଏ l
ତା ବ୍ୟତୀତ ଟନସିଲ ବା ଗଳାରୋଗ, କାନରୋଗ, ସମସ୍ତପ୍ରକାର କୃମି, ଅଣ୍ଟା ଆଣ୍ଠୁ ବିନ୍ଧା ପାଇଁ, ଆମବାତ୍ତ,ଏସିଡିଟି ବା ଅମ୍ଳପିତ୍ତ, ତୁଣ୍ଡ ଘା ଓ ଅଜିର୍ଣ୍ଣ ରୋଗପାଇଁ ଗଙ୍ଗ ଶିଉଳୀ ବହୁତ ଉପଯୋଗୀ l