ଯାଜପୁର : ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ 74 ତମ ସହିଦ ଦିବସ ରେ ବ୍ୟାସନଗର ପୌର ପରିଷଦ ମଧ୍ୟରେ ଝାଟିଆସାହି (ନିୟୁ ମାର୍କେଟ )ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଇଏନଟିୟୁସି ଓ ସିଆଇଟିୟୁ ପକ୍ଷରୁ ମିଳିତ ଭାବେ ପ୍ରଥମେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଦେଶାତ୍ମକ କବିତା ପାଠ କରାଯାଇଥିଲା !ସେଠାରେ ଆୟୋଜିତ ଏକ ଆଲୋଚନା ସଭାରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଥିଲା !ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ପରମାନନ୍ଦ ସେଠୀ, ଚନ୍ଦ୍ର କାନ୍ତ ଖଣ୍ଡାଇ, ବିଜୟ କୁମାର ବୋଇତାଇ, ପଦ୍ମ ନାଭ ନାୟକ, ସତ୍ୟପ୍ରକାଶ କୁଅଁର, ବ୍ରଜ କିଶୋର ସ୍ୱାଇଁ, ଅଭିମନ୍ୟୁ ବାହାଲିଆ, ଶିକ୍ଷକ ନେତା ଦୁଷ୍ମନ୍ତ ନାୟକ, ଶ୍ରମିକ ନେତା ଚନ୍ଦ୍ରମଣି ପାତ୍ର, ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା, ସନ୍ତୋଷ ବରାଳ, ଦିଲ୍ଲୀପ ଦାସ, ଏସ କେ କରିମ ପ୍ରମୁଖ ଗାନ୍ଧିଜୀ ଙ୍କ ତ୍ୟାଗ ପୂର୍ଣ୍ଣ ଜୀବନ ସମ୍ପ୍ରଦାୟିକତା ବିରୋଧୀ ଶକ୍ତି ବିରୁଦ୍ଧରେ ଲଢ଼ି ଧର୍ମ ନିରପେକ୍ଷତା, ଏକତା, ଅଖଣ୍ଡତା, ଭାରତ ବର୍ଷ ର ଅର୍ଥନୀତି କୁ ସୁଦୃଢ କରିବା ସହିତ ଶ୍ରମିକ କୃଷକ ମାନଙ୍କୁ ଇଂରେଜ ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ସମ୍ପର୍କ ରେ ବକ୍ତା ମାନେ ଦୃଢୋକ୍ତି ପ୍ରକାଶ କରିବା ସହିତ ମହାମାରୀ କରୋନା ସମୟରେ କୃଷକ ମାନଙ୍କର ଅଧିକାର କୁ ସଂକୁଚିତ କରିବାକୁ ଯାଇ କେନ୍ଦ୍ର ସରକାର ଯେପରି ଭାବେ ଅଧ୍ୟାଦେଶ ନାମରେ 3ଗୋଟି କୃଷି ବିଲ ପାସ କରିବା ଓ ଏହାକୁ ପ୍ରତ୍ୟାହାର ନିମନ୍ତେ 64ଦିନ ଧରି ଚାଷୀ ମାନଙ୍କ ଆନ୍ଦୋଳନ ଓ 150ରୁ ଉର୍ଦ୍ଧ ଚାଷୀ ଓ କୃଷକ ନେତା ଏହି ଆନ୍ଦୋଳନ ରେ ସହିଦ ହେବା ଘଟଣା କୁ କେନ୍ଦ୍ର ର ବି ଜେ ପି ସରକାର ଭୃକ୍ଷେପ ନକରି ଗଣତନ୍ତ୍ର ଦିବସ ରେ ଯୋଜନା ବଧ ଭାବେ ଷଡଯନ୍ତ୍ର କରି ଚାଷୀ ଙ୍କ ନାମରେ ଆର ଏସ ଏସ କର୍ମୀ ଓ ବି ଜେ ପି ସରକାର ଲାଲକିଲ୍ଲା ରାସ୍ତାକୁ ଖୋଲି ନିଜେ ଆତଙ୍କବାଦୀ କାର୍ଯ୍ୟ କରାଇ ଲକ୍ଷ୍ୟାଧିକ କୃଷକ ଚାଲୁ ରଖିଥିବା ଆନ୍ଦୋଳନ କୁ ଭଣ୍ଡୁର କରିବା ଆଜି ଭାରତ ବର୍ଷ ଗଣତନ୍ତ୍ର ପାଇଁ ଘୋର ବିପଦ ସୃଷ୍ଟି କରିଛି, ଯାହା ଚାଷୀ ଓ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଆଇନ ଗୁଡିକୁ ସଂଶୋଧନ କରି ବଡ଼ ବଡ଼ କର୍ପୋରେଟ ସଂସ୍ଥା ର ରକ୍ଷା କବଚ ସାଜି ତାଙ୍କର ମୁନାଫା ବଢାଇବା ଘଟଣା କୁ ବକ୍ତା ମାନେ ନାପସନ୍ଦ କରିଥିଲେ !
ଆଜିର ଏହି ପବିତ୍ର ମହାନ ସହିଦ ଦିବସ ରେ ଗାନ୍ଧୀ ଙ୍କ ହତ୍ୟାକାରୀ ମାନେ ଦେଶ ଭକ୍ତ ବୋଲି କହିବା ଅହିଂସା ଆନ୍ଦୋଳନ ରେ ହିଂସା ସୃଷ୍ଟି କରିବା, କୃଷକ ମାନଙ୍କ ଆନ୍ଦୋଳନ ରେ ପାଣି ଆଲୋକ ବନ୍ଦ କରିବା ଘଟଣା କୁ ତୀବ୍ର ନିନ୍ଦା କରିବା ସହିତ ସହିଦ ମାନଙ୍କ ର ବଳିଦାନ ଦେଶ ପାଇଁ କେବେ ବ୍ୟର୍ଥ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହିତ ଚାଲୁ ରହିଥିବା ଚାଷୀ ଆନ୍ଦୋଳନ କୁ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନେ ବହୁ ସଂଖ୍ୟାରେ ଦେଶର ସମ୍ବିଧାନ କୁ ରକ୍ଷା କରିବା ନିମନ୍ତେ ଏହି ଆନ୍ଦୋଳନ ରେ ସାମିଲ ହେବାକୁ ଆହ୍ୱାନ କରିଥିଲେ !
ଅଭିମନ୍ୟୁ ମିଶ୍ର ଓଏନଏ, ଯାଜପୁର