ନୁଆଦିଲ୍ଲୀ : ଦୀର୍ଘ ଦିନର ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଆଜି ୯ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଚୁଶୁଲର ଠାରେ ଅନୁଷ୍ଠିତ ହେବ । ଏଥିପାିଇଁ ସକାଳ୯ ଟା ସମୟ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ ସୀମା ବିବାଦକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ।
ଏହି ସମସ୍ୟାର ସମାଧାନ ପାଇଁ ଦିର୍ଘ ୮ ମାସ ହେବ ଦେଶ ସ୍ତରରେ କୁଟନୈତିକ ଆଲୋଚନା ଉପରେ ଆଲୋଚନା କରାଯାଇଥିଲେ ମଧ୍ୟ ଏବେ ଯାଏଁ କୈାଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ଉଭୟ ପକ୍ଷର ବରିଷ୍ଠ କମାଣ୍ଡର ସ୍ତରରେ ଆଲୋଚନା ହେବ ବୋଲି ବିଦେଶ ମନ୍ତ୍ରାଳୟର ମୁଖ୍ୟପାତ୍ର ଅନୁରାଗ ଶ୍ରୀବାସ୍ତବ ଗତ ଶୁକ୍ରବାର ଦିନ ସୂଚନା ଦେଇଥିଲେ । ସେ କହିଥିଲେ ଏହି ଆଲୋଚନାରେ ସୀମାନ୍ତର ବିବାଦ ସମାଧାନର ରାସ୍ତା ବାହାର କରାଯିବାକୁ ଉଦ୍ୟମ କରାଯାଉଛି ।
ପ୍ରକାଶଯୋଗ୍ୟ ଯେ ବିଗତ ନଭେମ୍ବର ମାସରେ ୮ମ ପର୍ଯ୍ୟାୟ ଆଲୋଚନା କରାଯାଇଥିଲା । ଏଥିରେ ଉଭୟ ପକ୍ଷର ସେନା ପ୍ରମୁଖ ଯୋଗ ଦେଇ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ନିମନ୍ତେ ଆଲୋଚନା କରିଥିଲୋ ଏହାପରେ ଉଭୟ ଦେଶର ନେତାଙ୍କ ଭିତରେ ଯେଉଁ ନିଷ୍ପତି ହୋଇଛି ତାହାକୁ ସମ୍ମାନର ସହିତ ଗ୍ରହଣ କରିବା ପାଇଁ ବୟାନ ଜ।ରି କରାଯାଇଥିଲ। ।