ଅନୁଗୋଳ : ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୋଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକ ମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିସ୍ଛା ସେବାର ଶୁଭାରମ୍ଭ କରାଯାଇଅଛି l ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦ୍ଵାରା କଳ୍ପନା କରାଯାଇଥିବା ଏହି କାର୍ଯ୍ୟକ୍ରମଟି ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଦ୍ଵାରା ଶୁଭାରମ୍ଭ ଗତକଲି (ଜାନୁଆରି 23 ତାରିଖ ଦିନ) ହୋଇଅଛି l ଜାନୁଆରୀ ୧୮ ରୁ ଆରମ୍ଭ ହୋଇ ଆଗାମୀ ଫେବୃଆରି ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ଜାତୀୟ ସଡକ ସୁରକ୍ଷା ନିମନ୍ତେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଏହା ଏକ ଅଂଶ ବିଶେଷ l
ଏହି ନିଃଶୁଳ୍କ ଚକ୍ଷୁ ସେବା କେନ୍ଦ୍ରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଡ୍ରାଇଭର ଭାଇ ମାନେ ତାଙ୍କର ଚକ୍ଷୁ ପରୀକ୍ଷା କରି ପାରିବା ସହ ସେମାନେ ଯେପରି ଆବଶ୍ୟକୀୟ ଔଷଧ ପାଇ ପାରିବେ ସେଥି ନିମନ୍ତେ ଜେଏସପିଏଲ ସାଇଟସେଭର୍ସ ଇଣ୍ଡିଆ, ଯାହାକି ଚକ୍ଷୁ ଚିକିସ୍ଛା କ୍ଷେତ୍ରରେ ଏକ ପ୍ରମୁଖ ସେବା ପ୍ରଦାନକାରୀ ସଂସ୍ଥା ତାହା ସହ ଏକ ଚୁକ୍ତି ନାମା କରିଅଛି l
ଏହି ମର୍ମରେ ଶ୍ରୀ ଜିନ୍ଦଲ ନିଜର ଖୁସି ବ୍ୟକ୍ତ କରିବା ସହ ତାଙ୍କ ବାର୍ତାରେ ପ୍ରକାଶ କରିଛନ୍ତି ଯେ, “ଟ୍ରକ ଡ୍ରାଇଭର ମାନେ ଦେଶର ଅର୍ଥନୈତିକ ଗତି ବିଧିରେ ଏକ ପ୍ରମୁଖ ଭୂମିକା ନିଭାଇଥାନ୍ତି l ସେମନେ ନିର୍ଂତର ଭାବରେ ଦେଶର ବିକାଶରେ ଯୋଗଦାନ କରିଥାଂତି l ଏହି ଉପକ୍ରମ ମାଧ୍ୟମରେ ଜେଏସପିଏଲ ଜେଏସପିଏଲ ଡ୍ରାଇଭର ଭାଇମାନେ ସେମାନଂକ ସୁସ୍ଥ ଚକ୍ଷୁ ସ୍ୱସ୍ଥ୍ଯରେ ଉଂନତି କରିବା ସହିତ, ସଡକ ନିରାପତ୍ତାକୁ ଆହୁରି ପ୍ରଭାବଶାଳୀ କରିପାରିବେ ବୋଲି ଶ୍ରୀ ଜିନ୍ଦଲ ଆଶା ପ୍ରକାଶ କରିଛନ୍ତି l
ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଶ୍ରୀମତୀ ଶାଲୁ ଜିନ୍ଦଲ ସାଇଟ ସେଭରସ ଇଣ୍ଡିଆ ସଂସ୍ଥାକୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ପଦକ୍ଷେପ ମାଧ୍ୟମରେ ଜନ ସାଧାରଣଙ୍କୁ ଏକ ଉତ୍ତମ ଜୀବନ ଜାପାନ କରିବା ପାଇଁ ସୁଯୋଗ ମିଳି ପାରିବ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜେଏସପିଏଲ ଡ୍ରାଇଭର ସାଥୀଙ୍କ ପାଇଁ ପ୍ରାରମ୍ଭିକ ଚକ୍ଷୁ ଚିକିସ୍ଛା ସହ ରେଫରାଲ ଚକ୍ଷୁ ସେବା ପ୍ରଦାନ, ଚଷମା ଏବଂ ସଚେତନତା ସେବା ମଧ୍ୟ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ l
ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀମତୀ ଶାଲୁ ଜିନ୍ଦଲ ସାଇଟସେଭର୍ସ ଇଣ୍ଡିଆ ସଂସ୍ଥା, ଅନୁଗୋଳ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିବା ସହ ଜେଏସପିଏଲ ଫାଉଣ୍ଡେସନକୁ ଏହି ମହାନ କାର୍ଯ୍ୟ ନିମନ୍ତେ ସହଭାଗୀ କରିଥିବା ପାଇଁ ସେ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ସେ ପ୍ରକାଶ କରିଥିଲେ l
ସାଇଟସେଭର୍ସ ଇଣ୍ଡିଆ ସଂସ୍ଥା ଏହି କାର୍ଯ୍ୟର ରୂପାୟନକୁ ଦେଖିବା ସହ ଦେଶରେ ଭିଜନ କେୟାର ସେଣ୍ଟର ମାଧ୍ୟମରେ ପ୍ରାଥମିକ ଚକ୍ଷୁ ଚିକିସ୍ଛା ସେବା ପ୍ରଦାନ କରିଥାଏ l ଅନୁଗୋଳର ଏହି ପ୍ରାଥମିକ ଚକ୍ଷୁ ଚିକିସ୍ଛା ସେବା କେନ୍ଦ୍ରରେ ନିୟୋଜିତ ଚକ୍ଷୁ ସ୍ପେଶ୍ଯାଲିସ୍ଟ, ଏବଂ ଅନ୍ୟାନ୍ୟ ସହାୟକ ମାନେ ସମସ୍ତ ଚକ୍ଷୁ ସଂମ୍ବନ୍ଧୀୟ ବିଭିନ୍ନ ସେବା ପ୍ରଦାନ କରିବେ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୫୦୦ ଟ୍ରକ ଡ୍ରାଇଭରଙ୍କ ଚକ୍ଷୁ ଚିକିସ୍ଛା ଆଗାମୀ ଚାରି ମାସ ମଧ୍ୟରେ ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି l
ସାଇଟସେଭର୍ସ ଇଣ୍ଡିଆ ଜେଏସପିଏଲ ସହ ସହଭାଗୀ ହୋଇ ଏହି ପରି କାର୍ଯ୍ୟ କରିବାର ସୁଯୋଗ ପ୍ରାପ୍ତ କରିଥିବା ଯୋଗୁଁ ଉକ୍ତ ସଂସ୍ଥାର ଭାରତ ମୁଖ୍ୟ ପୁଞ୍ଜି ସଂଗ୍ରାହକ ଶ୍ରୀ ଯତୀନ ତିଵାରୀ ଖୁସି ବ୍ୟକ୍ତ କରିଥିଲେ l
ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଆରଟିଓ ଅନୁଗୋଳ ଶ୍ରୀ ବିଭାଞ୍ଜନ ସିଂହ ସମନ୍ତରାୟ , ଜେଏସପିଏଲର ସଭାପତି ଏବଂ ଗ୍ରୁପ ମୁଖ୍ୟ ସିଏସଆର ଏବଂ ନିରନ୍ତରତା, ଶ୍ରୀ ପ୍ରଶାନ୍ତ ହୋତା, ଜିଏମ ସିଏସଆର ଶ୍ରୀମତୀ ପୁଷ୍ପଲତା ସତପଥୀ, ଜିଲ୍ଲା ମୁଖ୍ୟ ଚିକିସ୍ତାଳୟର ଚକ୍ଷୁ ବିଭାଗର ଡକ୍ଟର ନୀଳମାଧବ ପ୍ରଧାନ, ସାଇଟସେଭର୍ସ ଇଣ୍ଡିଆର ଶ୍ରୀ ସୁପ୍ରତିମ ସାହୁ, ଜୋନାଲ ମ୍ୟାନେଜର ଶ୍ରୀ ସୁମନ ଚକ୍ରବର୍ତୀ ଏବଂ ଅନ୍ୟାନ୍ୟ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l