ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଟ୍ୱିନ ସିଟିରେ ପ୍ରାୟ ୨୦ ରୁ ୩୦ ମିଟର ଦୂର ଯାଏଁ ରାସ୍ତା ଦେଖାଯାଉନଥିବାରୁ ଯାତାୟତରେ ତଥା ଗମନାଗମନରେ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଧିରେ ଧିରେ କୁହୁଡ଼ିର ପରିମାଣ କମିଥିବା ଦେଖାଯାଉଛି। ଲୋକମାନେ ଲାଇଟ୍ ଜଳାଇ ଯିବା ଆସିବା କରୁଛନ୍ତି। ବିଶେଷକରି ଗାଡିରେ ଯାଉଥିବା ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି । କୁହୁଡି ସାଙ୍ଗକୁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଜି ପରଠାରୁ ୩ରୁ ୪ ଦିନ ପର୍ଯ୍ୟନ୍ତ ତାପାମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ।