28.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେଓ

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେଓ

ଭୁବନେଶ୍ୱର: ମୋଟାମୋଟି କହିବାକୁ ଗଲେ ସେଓ ହେଉଛି ଖାଇବାର ବିକଳ୍ପ । ସମସ୍ତେ ସେଓ ଖାଇବାକୁ ପସନ୍ଦ କରନ୍ତି । ସେଓରେ ଫାଇବର ଓ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ହେଲେ ବେଳେ ବେଳେ ଏହା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ହୋଇଥାଏ । ଅର୍ଥାତ ସବୁବେଳେ ଏହି ଜିନିଷ ହିତକର ସାସ୍ଥ୍ୟକର ହୋଇନଥାଏ । ଏଠାରେ କହିରଖୁଛୁ ଯେ, ସେଓ ଖାଇଲେ ଆପଣଙ୍କର କ୍ଷତି ମଧ୍ୟ ହୋଇଥାଏ । ଏହା ବହୁତ କମ ଲୋକ ଜାଣିଥାନ୍ତି । ସେଓରେ ସୁଗାର ଅନେକ ମାତ୍ରାରେ ରହିଥାଏ ଓ ଏହାକୁ ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନଲର କାରଣ ବୋଲି କୁହାଯାଏ । ସେଓର ପାଶ୍ୱର୍ ପ୍ରତିକ୍ରିୟାରେ କିଟନାଶକ ଅବଶେଷ ମଧ୍ୟ ଆଉ ଏକ ଚିନ୍ତାର କାରଣ । କିଛି ଲୋକଙ୍କ ମଧ୍ୟରେ ସେଓ ଖାଇବା ଦ୍ୱାରା ଆଲର୍ଜି ମଧ୍ୟ ଦେଖାଦେଇଥାଏ । ସେଓ ଖାଇବା କାହାକୁ ବା ପସନ୍ଦ ନୁହେଁ, ହେଲଥ ଏକ୍ସପର୍ଟ ବି ସକାଳେ ଖାଲିପେଟରେ ସେଓ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ସେଓ ହେଉଛି ପୋଷକ ତତ୍ୱର ଭଣ୍ଡାର । ହେଲେ ଏହାର ହେଉଥିବା କ୍ଷତିକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ ।
ସେଓରେ ଅଧିକାଂଶ କ୍ୟାଲୋରୀ ଚିନିରୁ ଆସିଥାଏ । ସେଓରେ ଥିବା ଉଚ୍ଚ ଫାଇବର କମ୍ ଗ୍ଲାଇସୋମିକ ଇଣ୍ଡେକ୍ସ ସ୍କୋର ପ୍ରଦାନ କରେ । ଏହାର ଅର୍ଥ ଅଧିକାଂଶ ଡାଇବେଟିସ ରୋଗୀଙ୍କୁ ନିଜର ନିୟମିତ ଖାଦ୍ୟରେ ସେଓକୁ ସାମିଲ କରିବାରେ ସମସ୍ୟା ହୋଇଥାଏ ।
କିଛି ଲୋକ ସେଓ ଖାଇବା ପରେ ତାଙ୍କର ସାମାନ୍ୟ ଭାବରେ ପେଟ କାଟିଥାଏ । ଏଥିରେ ଥିବା ଫାଇବର ଡାଇଜେସନ କରିବାରେ ସମସ୍ୟା କରିଥାଏ । ଫାଇବର ହଜମ କରିବା ଦ୍ୱାରା ପାକସ୍ଥଳୀରେ ଗୟାସ ହୋଇଥାଏ, ଯାହାଦ୍ୱାରା ପେଟ ଯନ୍ତ୍ରଣା, କଷ୍ଟ ଓ ପେଟ ଫୁଲିଥାଏ ।
ସେଓରେ ଅଧିକ ଫାଇବର ଓ ଭିଟାମିନ ଚୋପାରେ ରହିଥାଏ । ଆଉ ତାର ଚୋପା ଛଡାଇଦେବା ଦ୍ୱାରା ପୋଷଣ ର ମାତ୍ରା କମ ହୋଇଯାଏ ।
ସେଓ ଖାଇଲେ ଆଲର୍ଜି ହୋଇଥାଏ, ଏହା ଶୁଣିନଥିବେ । ମାତ୍ର ଏହା ସତ । ଅଧିକାଂଶ ସମୟରେ ଓଠ, ମୁହଁ ପାଖରେ କୁଣ୍ଡେଇ ହୋଇଥାଏ । ଛିଙ୍କ ହୋଇଥାଏ । ଯଦି ଆପଣଙ୍କୁ ନାସପାତିରେ ଆଲର୍ଜି ଅଛି, ତେବେ ସେଓରେ ବି ଆଲର୍ଜି ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking