ଭୁବନେଶ୍ୱର: ଆସନ୍ତାକାଲି ରାତି ଓ ୨୧ ତାରିଖ ସକାଳେ ୯ ଜିଲ୍ଲାରେ ଘନକୁହୁଡି ସମ୍ଭାବନା ରହିଛି । ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ ଓ ଯାଜପୁର ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଜିଲ୍ଲପାଳମାନଙ୍କୁ ଏସଆରସି ଚିଠି ଲେଖିଛନ୍ତି । କୁହୁଡି ସମୟରେ ଘରୁ ନବାହାରିବା ସହ ଅତି ଜରୁରୀ ଥିଲେ ଯଦି ବାହାରୁଛନ୍ତି, ତେବେ ଗାଡିର ହେଡଲାଇଟ ଦେଇ ଯିବା ସହ ରାଜପଥରେ ଦୁର୍ଘଟଣା ଏଡାଇବାକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । କାରଣ ଅତ୍ୟଧିକ କୁହୁଡି ଯୋଗୁଁ ରାସ୍ତା ଭଲ ଭାବରେ ଦିଶିନଥାଏ । ଯେଉଁଥିପାଇଁ ଦୁର୍ଘଟଣା ଘଟିଥାଏ ।