ନରୱେ : କୋରନା ଭାଇରସ ବିରୁଦ୍ଧରେ ବହୁ ଦେଶରେ ଟୀକା କରଣ ଆରମ୍ଭ ହୋଇଛି । ଏହା ମଧ୍ୟରେ ଫାଇଜର ଟୀକାର ସୁରକ୍ଷିତତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର କାରଣ ହେଉଛି ନରୱେରେ ଏହି ଟୀକା ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ଯୋଗୁଁ ୨୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ୨୪ ଘଣ୍ଟା ପୁର୍ବ ଯାଏଁ ଏହି ମୃତ୍ୟୁ ସଂଖ୍ୟା ୧୩ ଥିଲା । କିନ୍ତୁ ଟୀକା ନେବା ପରେ ଏହି ସଂଖ୍ୟ ବଢିବାକୁ ଲାଗିଛି । ନୂଆବର୍ଷର ୪ ଦିନ ପୁର୍ବରୁ ନରୱେରେ ଏହି ଫାଇଜର ଟୀକା କରଣର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଦିନ ୬୭ ବର୍ଷିୟ ସାବିନ ଏଣ୍ଡରସନଙ୍କୁ ପ୍ରଥମେ ଟୀକା ଲଗାଯାଇଥିଲା । ଏହାପରେ ଆଜି ଯାଏ ୩୩ ହଜାର ଲୋକଙ୍କୁ ଟୀକା ଦିଆଯାଇ ସାରିଛି । ଟୀକା ଦିଆଯବା ପୁର୍ବରୁ ହିଁ ଘୋଷଣା କରାଯାଇଥିଲା ଯେ ଟୀକା ନେବା ପରେ ପାଶ୍ୱର୍ ପ୍ରତିକ୍ରିିୟା ଦେଖାଯାଇପାରେ ।
ସୁଚନା ଅନୁସାରେ ମୋଟ ୨୯ ଲୋକଙ୍କ ଠାରେ ପାଶ୍ୱର୍ ପ୍ରତିକ୍ରିିୟା ଦେଖାଯାଇଥିଲା । ସେଥିମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ହୋଇଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସ୍ଟାଇନାର ମାଡ଼େସନଙ୍କ ସୂଚନା ଅନୁସାରେ ଯେଉଁ ଲୋକଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ବୟସ ୮୦ ବର୍ଷରୁ ଉର୍ଦ୍ଧ ଓ ସେମାନେ ଶାରୀରିକ ଭାବରେ ଅତ୍ୟଧିକ ଦୁର୍ବଳ ଥିଲେ । ନଚେତ ଏହି ଟୀକାର ସେପରି କିଛି ପାଶ୍ୱର୍ ପ୍ରତିକ୍ରିିୟା ନାହିଁ ଓ ଏହାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ ।