20.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର,(ଓଏନଏ ): ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଆଜି ଶୁଭାରମ୍ଭ ହୋଇଛି । ପବିତ୍ର ବିନ୍ଦୁସାଗର ପୁଷ୍କରିଣୀକୁ କରାଯିବ ସ୍ୱଚ୍ଛ ଓ ନିର୍ମଳ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସାମିଲ ହୋଇଛନ୍ତି । ଏହାଛଡା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାମିଲ ହୋଇଛନ୍ତି । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ପାଇଁ ଆଇଓସିଏଲ ପକ୍ଷରୁ ୭୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ । ଆଇସିଟି, ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ହେବ ସଫେଇ କାର୍ଯ୍ୟକ୍ରମ । ଏ ନେଇ ଗତକାଲି ଇନ୍‍ଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ. ଥୋରାଟ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ। ବିନ୍ଦୁସାଗର ଜଳକୁ ସ୍ୱଚ୍ଛ ଏବଂ ନିର୍ମଳ ଲାଗି ହାଇଡ୍ରୋ ଡାଇନାମିକ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ । ତିନିବର୍ଷ ପାଇଁ ଭୁବନେଶ୍ୱର ଆଇସିଟି ଆଇଓସି ବିଶୋଧନ ଯନ୍ତ୍ରର ରକ୍ଷାଣାବେକ୍ଷଣ ଦାୟିତ୍ୱ ବହନ କରିବ। ବିଶୋଧନ ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସେବା ଯୋଗାଇଦେବେ। ଏବେ ବିନ୍ଦୁସାଗର ଜଳ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି । ଅନ୍ୟପଟେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ବିନ୍ଦୁ ସାଗର ଆମ ଆଶା, ବିଶ୍ୱାସର ପ୍ରମୁଖ ତୀର୍ଥକ୍ଷେତ୍ର । ମହାପ୍ରଭୁଙ୍କ ନୀତିକାନ୍ତି ସହ ବିନ୍ଦୁ ସାଗର ଓତଃପ୍ରତ ଭାବେ ଜଡିତ । ସାରା ଭାରତର ତୀର୍ଥ କ୍ଷେତ୍ର ବିନ୍ଦୁ ସାଗର ସହ ଜଡିତ ହୋଇ ରହିଛି । ଏସବୁ ପାଇଁ ଜାତୀୟ ସଂହତିର ପ୍ରତୀକ ହୋଇଛି ବିନ୍ଦୁ ସାଗର । ସମସ୍ତଙ୍କ ସହଯୋଗରେ ବିନ୍ଦୁ ସାଗର ସ୍ୱଚ୍ଛ ହୋଇପାରିବ ବୋଲି କହିଛନ୍ତି ନବୀନ । ଏକାମ୍ର କ୍ଷେତ୍ରରେ ଅନେକ ଛୋଟବଡ ପୁଷ୍କରିଣୀ ରହିଛି । ଏସବୁ ପୁଷ୍କରିଣୀ ସଫେଇ ପାଇଁ ସମସ୍ତେ ଆଗେଇ ଆସିବା ଉଚିତ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking