ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛି ଅଭିଯୁକ୍ତ ନାବାଳକ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାବାଳକ ଜଣକ ଅସହମତି ପ୍ରକାଶ କରିଛି । ତେବେ ତାର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଟିମ୍ ଆବେଦନ କରିଥିଲେ । ଅନ୍ୟପଟେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏସଆଇଟିର ନାର୍କୋ ଟେଷ୍ଟ ଆବେଦନ ଖାରଜ ହେବା ପରେ ପୁଣି ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଛି । ୧୩ରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନର ଶୁଣାଣି ହେବ । ତେବେ ଅଭିଯୁକ୍ତ ଠାରୁ ଜବତ ହୋଇଥିବା ସାମଗ୍ରୂୀଗୁଡିକର ଯାଞ୍ଚ ପାଇଁ କେନ୍ଦ୍ରୀୟ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଏନେଇ ସହକାରୀ ସରକାରୀ ଓକିଲ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଗତ ୫ ତାରିଖରେ ଆବେଦନ କରିଥିଲା । ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡ ପକ୍ଷରୁ ଅଭିଯୁକ୍ତ ନାବାଳକକୁ ଟେଷ୍ଟ ନିମନ୍ତେ ସହମତି ପାଇଁ ପଚରାଯାଇଥିଲା । କିନ୍ତୁ ଅଭିଯୁକ୍ତ ନାବାଳକ ନାର୍କୋ ଟେଷ୍ଟ ପାଇଁ ନିଜର ଅସହମତି ପ୍ରକାଶ କରିଥିଲା । ଫଳରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ନାର୍କୋ ଟେଷ୍ଟ ପାଇଁ ଏସଆଇଟିର ଆବେଦନକୁ ଖାରଜ କରିଥିଲେ ।