ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆଷ୍ଟ୍ରନ ମିଳିବା ପରେ ଏବେ ପୁଣି ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି । ଆଜି ବ୍ରିଟେନରୁ ଭାରତ ଆସୁଥିବା ଫ୍ଲାଇଟକୁ ଦୃଷ୍ଟିରେ ରଖି ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି । ଦିଲ୍ଲୀ ସରକାରଙ୍କ ଆଦେଶ ମୁତାବକ ୟୁକେରୁ ଆସିବାକୁ ଥିବା ସମସ୍ତ ଯାତ୍ରୀଙ୍କର ଦିଲ୍ଲୀ ଏୟାରପୋର୍ଟରେ ଆରଟି-ପିସିଆର ଟେଷ୍ଟ କରାଯିବ ଏବଂ ଏହାର ଖର୍ଚ୍ଚ ବି ଯାତ୍ରୀ ଦେବେ । ସେମାନଙ୍କ ମଧ୍ୟରୁ ଯିଏ ପଜିିଟିଭ ବାହାରିବେ ସେମାନଙ୍କୁ ଅଲଗା ଇନଷ୍ଟିଚ୍ୟୁସନାଲ ଆଇସୋଲେସନ ଫ୍ୟାସିଲିଟିରେ ରଖାଯିବ । ଏହାପରେ ଯେଉଁ ଯାତ୍ରୀ ନେଗେଟିଭ ବାହାରିବେ ସେମାନଙ୍କୁ ୭ ଦିନ ପାଇଁ ଇନଷ୍ଟିଚ୍ୟୁସନ କ୍ୱାରେଣ୍ଟିନ କରାଯିବ । ପୁଣି ୭ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ କରାଯିବ । ଦିଲ୍ଲୀ ସରକାର ଏହି ଆଦେଶକୁ ପରୀକ୍ଷାମୂଳକ ଭାବରେ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଜାରି କରିଛନ୍ତି । କେନ୍ଦ୍ର ସରକାର ଯେଉଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଜାରି କରଥିଲେ, ତାହା ଅନୁସାରେ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ଏୟାରପୋର୍ଟରେ ହୋଇଥିବା ଆରଟି ପିସିଆର ଟେଷ୍ଟରେ ଯଦି କାହାର ନେଗେଟିଭ ରିପୋର୍ଟ ଆସେ, ତେବେ ତାଙ୍କୁ ୧୪ ଦିନ ଘରେ ରହିବାକୁ ପରାମର୍ଶ ଦିଆଯାଏ । ମାତ୍ର ଦିଲ୍ଲୀ ସରକାର ୭ ଦିନ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନ ଓ ଆଉ ୭ ଦିନ ହୋମ କ୍ୱାରେଣ୍ଟିନ ରେ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।