20.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗଏସବିଆଇ ହୋମ ଲୋନ ହେଲା ଶସ୍ତା

ଏସବିଆଇ ହୋମ ଲୋନ ହେଲା ଶସ୍ତା

ନୂଆଦିଲ୍ଲୀ: ଦେଶର ସବୁଠୁ ବ୍ୟାଙ୍କ ଏସବିଆଇ ହୋମ ଲୋନ ସୁଧ ଉପରେ ରିହାତି ଦେବା ଆରମ୍ଭ କରିଛି । ହୋମ ଲୋନ ଉପରେ କମ୍ପାନୀ ୩୦ ବିପିଏସ (୦.୩%) ପର୍ଯ୍ୟନ୍ତ ରିହାତି ପାଇଁ ଘୋଷଣା କରିଛି । ଏହାସହିତ ପ୍ରୋସେସିଂ ଫି ଉପରେ ମଧ୍ୟ ରିହାତି ୧୦୦ ପ୍ରତିଶତ ମିଳିବ । ଯାହାଫଳରେ ଘର କିଣିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଆକର୍ଷଣୀୟ ଅଫର ଦ୍ୱାରା ହୋମ ଲୋନ ପାଇପାରିବେ । ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଉପଲବ୍ଧ ରହିବ । ଏସବିଆଇ ଜାରି କରିଥିବା ସୂଚନା ଅନୁସାରେ, ଏହା ଏବେ ଋଣ ଟଙ୍କା ଓ ସିବିଲ ସ୍କୋର ଆଧାରରେ ହୋମ ଲୋନ ଉପରେ ରିହାତି ଦେବା ଆରମ୍ଭ କରିଛି । ଫଳରେ ପୂର୍ବରୁ ଥିବା ଏହାର ଅଫର ଆହୁରି ଅଧିକ ଆକର୍ଷଣୀୟ ହୋଇପାରିବ । ଏସବିଆଇ ଆହୁରି ମଧ୍ୟ କହିଛି ଯେ, ଯେଉଁ ଗ୍ରାହକ ଋଣ ପରିଶୋଧ କରିବାର ରେକର୍ଡ ଭଲ ରହିଛି, ସେମାନଙ୍କୁ ଭଲ ରିହାତି ପ୍ରଦାନ ଉପରେ ଦୃଷ୍ଟି ଦିଆଯିବ । ଏସବିଆଇର ଘରୋଇ ଋଣ ସୁଧ ହାର ସିବିଲ ସ୍କୋର ସହ ସଂଯୁକ୍ତ ଏବଂ ୩୦ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ଏହି ଦର ୬.୮୦ ପ୍ରତିଶତ ଓ ୩୦ ଲକ୍ଷରୁ ଅଧିକ ଋଣ ପାଇଁ ୬.୯୫ ପ୍ରତିଶତରୁ ଆରମ୍ଭ ହୋଇଥାଏ । ୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ୮ ଟି ମେଟ୍ରୋ ସହରରେ ୩୦ ବିପିଏସ ପର୍ଯ୍ୟନ୍ତ ସୁଧ ରିହାତି ଉପଲବ୍ଧ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking