20.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗଝାଡଖଣ୍ଡ ପୁଲିସର ଅମାନବୀୟ ଚେହେରା

ଝାଡଖଣ୍ଡ ପୁଲିସର ଅମାନବୀୟ ଚେହେରା

ନୂଆଦିଲ୍ଲୀ: ଝାଡଖଣ୍ଡ ରାମଗଢ ଜିଲ୍ଲାରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ସେଠାରେ ପୋଲିସ ନିଜ ଗାଡି ପଛରେ ଷ୍ଟ୍ରେଚର ଉପରେ ଏକ ମୃତ ଶରୀର ବାନ୍ଧି ଥାନାକୁ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ବାସ୍ତବରେ, ମାଣ୍ଡୁ ଥାନା ପ୍ରଭାରୀ ଶଶି ପ୍ରକାଶଙ୍କୁ ରାତି ପ୍ରାୟ ୧୨ଟାରେ ଫୋନରେ ସୂଚନା ମିଳିଥିଲା ଯେ, ବଲସଗରା ନିକଟରେ ଏକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇବା ପରେ ଦୁର୍ଘଟଣାସ୍ଥଳରେ ପୋଟ୍ରୋଲିଂ ଗାଡି ପହଂଚିଥିଲା । ଟ୍ରକ ଧକ୍କାରେ ବାଇକ ଚାଳକ ରାମେଶ୍ୱର ରାମଙ୍କ ମୃତ୍ୟୁ ହୋଇଥିଲା । ସେଭଳି ସ୍ଥିତିରେ ଶବ ଅବସ୍ଥା ମଧ୍ୟ ଦେଖିବା ଭଳି ନଥିଲା । ସୂଚନା ମିଳିବା ପରେ ମାଣ୍ଡୁ ପୋଲିସ ମାଣ୍ଡୁ ହସ୍ପିଟାଲ ଡାକ୍ତରଙ୍କୁ ଘଟଣାସ୍ଥଳରୁ ଶବ ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ । ହେଲେ ଆମ୍ବୁଲାନ୍ସ ଆସିନଥିଲା । ପରେ ପୁଲିସ ହସ୍ପିଟାଲରୁ କେବଳ ଷ୍ଟ୍ରେଚର ଆଣି ଘଟଣାସ୍ଥଳରେ ପହଂଚି ମୃତ ଶରୀରରକୁ ଷ୍ଟ୍ରେଚରରେ ରଖି ନିଜ ଗାଡି ପଛରେ ବାନ୍ଧି ଥାନାକୁ ନେଇଥିଲା । ପୋଲିସର ଏହି କାର୍ଯ୍ୟକୁ ଜିଲ୍ଲା ଏସପି ପ୍ରଭାତ କୁମାର ଗମ୍ଭୀରତାର ସହ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking