ନୁଆଦିଲ୍ଲୀ : ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି କେ.ଏଲ.ରାହୁଲ । ନେଟ ପ୍ରାକି୍ଟସ ସମୟରେ ତାଙ୍କ ବାମ ହାତରେ ଆଘାତ ଲାଗିବାରୁ ସେ ଆହାତ ହୋଇଥିଲେ । ଏହି କାରଣରୁ ମ୍ୟାଚରୁ ବାଦ ପଡ଼ିଛନ୍ତି ରାହୁଲ । ତେବେ ସିରିଜର ଶେଷ ୨ଟି ମ୍ୟାଚ ସେ ଖେଳିବେ ନାହିଁ । ଡାକ୍ତରଙ୍କ କହିବା ଅନୂସାରେ ରାହୁଲଙ୍କୁ ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ମୋଟ ୩ ସପ୍ତାହ ସମୟ ଲାଗିବ । ସେହି ସମୟ ଯାଏଁ ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି ।