ବଲାଙ୍ଗିର : ଏନ୍ଏମ୍ଏମ୍ଏସ୍ ଓ ଏନ୍ଟିଏସ୍ ପରୀକ୍ଷା-୨୦୨୦ ଆଜି ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ଏନ୍ଏମ୍ଏମ୍ଏସ୍ ପରୀକ୍ଷା ୩ଟି କେନ୍ଦ୍ର ଯଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିର କେନ୍ଦ୍ରରେ ୨୫୫ ଜଣ, ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିର କେନ୍ଦ୍ରରେ ୧୪୦ ଜଣ, ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟ,ବଲାଙ୍ଗିର କେନ୍ଦ୍ରରେ ୧୬୦ ଜଣ ଏହିପରି ସମୁଦାୟ ୫୫୫ ଜଣ ଏନ୍ଏମ୍ଏମ୍ଏସ୍ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଏନ୍.ଟି.ଏସ୍ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର କେନ୍ଦ୍ରରେ ୨୮୭ ଜଣ ଓ ପି.ପି.ଏକାଡେମୀ, ବଲାଙ୍ଗିର କେନ୍ଦ୍ରରେ ୧୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହିପରି ସମୁଦାୟ ୪୬୬ ଜଣ ପରୀକ୍ଷାର୍ଥୀ ଏନ୍.ଟି.ଏସ୍ ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ନନ୍ଦ, ତପସ୍ୱିନୀ ମହାପାତ୍ର, କୁମୁଦିନୀ ମିଶ୍ର, ସନ୍ତେଷିନୀ ସେଠୀ ଓ ପ୍ରଧାନ ଶିକ୍ଷକ ଶିନୁ ସୁନ୍ଦର ପାଢୀ ପରୀକ୍ଷା ପରିଚାଳନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଓ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ଉକ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥବା ସୂଚନା ମିଳିଛିା