20.1 C
Bhubaneswar
Monday, November 18, 2024
Homeଓଡିଶାଆଇଏନଟିୟୁସି ଓ ସିଆଇଟିୟୁ ପକ୍ଷରୁ ଚାଷୀ ଆନ୍ଦୋଳନରେ ସହିଦ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଆଇଏନଟିୟୁସି ଓ ସିଆଇଟିୟୁ ପକ୍ଷରୁ ଚାଷୀ ଆନ୍ଦୋଳନରେ ସହିଦ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଯାଜପୁର :  ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର‌୍ୟ୍ୟାଳୟ ଠାରେ ଦେଶର ୫୬ଗୋଟି କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀର ସୀମାବର୍ତୀ ଅଞ୍ଚଳରେ ଆଜକୁ ୨୫ ଦିନ ଧରି କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନରେ ସହିଦ ହୋଇଥିବା ସାଥି ମାନଙ୍କ ପାଇଁ ୨ମିନିଟ ନିରବ ପ୍ରାର୍ଥନା କରିବା ସହିତ ଆଇଏନଟିୟୁସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସିଆଇ ଟିୟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, କଂଗ୍ରେସ କୃଷକ ସେଲ ନେତା ନାରାୟଣ ଚନ୍ଦ୍ର ନାୟକ, ଅଣ ସଂଗଠିତ କୃଷକ ସେଲର ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ,ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସହ ସମ୍ପାଦକ ପରମାନନ୍ଦ ସେଠୀ, ଅଣ ସଂଗଠିତ ଶ୍ରମିକ କଂଗ୍ରେସର କୋରେଇ ବ୍ଲକ ସଭାପତି ଅଜୟ କୁମାର ଦାସ, ସିଆଇଟିୟୁର ଲାଳମଣୀ ମୁଣ୍ଡା, ବେବିନା ଜେନା, ଆଇଏନଟିୟୁସିର ଯୁବ ନେତା ରବୀନ୍ଦ୍ର ଥାନଦାର, ସତ୍ୟପ୍ରକାଶ କୁଅଁର, ଲତା ଯେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଆଲୋଚନା କରି କହିଲେ କି ମହାମାରୀ କରୋନା ସମୟରେ କେନ୍ଦ୍ର ବିଜେପି ସରକାର ଅଣ ସାମ୍ବିଧାନିକ ଭାବେ ସଂସଦରେ କୃଷକ ବିରୋଧୀ ବିଲ ପାସ କରିବା, ସ୍ୱାମୀନାଥନ କମିଶନଙ୍କ ନିଷ୍ପତିକୁ ବିଭ୍ରାନ୍ତି କରିବା, ମାନ୍ୟବର ସୁପ୍ରିମ କୋର୍ଟ କୃଷକ ମାନଙ୍କ ଆନ୍ଦୋଳନକୁ ଏକ ରାଷ୍ଟ୍ର ସମସ୍ୟା କହିବା ସହ ତୁରନ୍ତ ସମାଧାନ କରିବାକୁ ନିଷ୍ପତି ଦେବା ସମ୍ପର୍କରେ କେନ୍ଦ୍ର ସରକାର ଦେଶରେ ବିଭେଦ ସୃଷ୍ଟି ନକରିବାକୁ ବକ୍ତା ମାନେ ଦୃଢ଼ ସମାଲୋଚନା କରିଥିଲେ । ଆଜକୁ ୨୫ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ଲକ୍ଷ୍ୟାଧିକ କୃଷକ ଶୀତ କାକରରେ ଆନ୍ଦୋଳନକୁ ଚାଲୁ ରଖିଥିବା ବେଳେ କେନ୍ଦ୍ର ସରକାର ଏହାକୁ ମୁକାବିଲା ମୂଳକ ପଦକ୍ଷେପ ନ ନେଇ ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର କଲେ ଏହା ସହିଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବବୋଲି ବକ୍ତା ମାନେ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking