20.1 C
Bhubaneswar
Tuesday, November 19, 2024
HomeUncategorizedବିନା ମାସ୍କରେ ସେଲଫି ନେଇ ଅଢେଇ ଲକ୍ଷ ଜୋରିମାନା ଗଣିଲେ ଏହି ରାଷ୍ଟ୍ରପତି

ବିନା ମାସ୍କରେ ସେଲଫି ନେଇ ଅଢେଇ ଲକ୍ଷ ଜୋରିମାନା ଗଣିଲେ ଏହି ରାଷ୍ଟ୍ରପତି

ନୂଆଦିଲ୍ଲୀ : ଚିଲିର ରାଷ୍ଟ୍ରପତି ଏବେ ପୁଣି ଅଡ଼ୁଆରେ ପଡ଼ିଛନ୍ତି । ବିନା ମାସ୍କରେ ସେଲଫି ନେଇଥିବାରୁ ତାଙ୍କୁ ଏହି ମୋଟା ଅଙ୍କର ଜୋରିମାନା ଭରିବାକୁ ପଡ଼ିଛି । କୋରନା କଟକଣାକୁ ଦୃଷ୍ଟିରେ ରଖି ମାସ୍କ ନପିନ୍ଧିଲେ ଜୋରିମାନା ଦେବାର ନିୟମ ସବୁଆଡ଼େ ପାଳନ ହେଉଛି । ଏହା ମଧ୍ୟରେ ଜଣେ ମହିଳାଙ୍କ ସହ ସମୁଦ୍ର କୂଳରେ ଫଟୋ ନେଉଥିବା ବେଳେ ରାଷ୍ଟ୍ରପତିଙ୍କ ଉପରେ ୨ ଲକ୍ଷ ୫୭ ହଜାର ୬୨୪ ଟଙ୍କାର ଫାଇନ ଲାଗିଛି । ଏନେଇ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ପର୍ବୂରୁ ମଧ୍ୟ ଚିଲି ରାଷ୍ଟ୍ରପତି, ଦେଶରେ ଅସମାନତାକୁ ନେଇ ବିରୋଧ ଚାଲିଥିବା ସମୟରେ ପିଜ୍ଜା ପାର୍ଟି କରି ବିବାଦ ଘେରରେ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking