19.1 C
Bhubaneswar
Tuesday, November 19, 2024
Homeଅପରାଧଉଜ୍ଜୟିନୀରେ ଲଭ ଜିହାଦ ମାମଲା ; ବିକାଶ ନାମରେ କରୁଥିଲା ଯୁବତୀଙ୍କୁ ଶୋଷଣ

ଉଜ୍ଜୟିନୀରେ ଲଭ ଜିହାଦ ମାମଲା ; ବିକାଶ ନାମରେ କରୁଥିଲା ଯୁବତୀଙ୍କୁ ଶୋଷଣ

ମଧ୍ୟପ୍ରଦେଶ : ଉ୍‌ଜ୍ଜୟିନୀରେ ଆଉ ଏକ ଲଭ ଜିହାଦର ମାମଲା ସାମନାକୁ ଆସିଛି । ଏକ ଯୁବକ ନିଜ ନାଁ ବଦଳାଇ ଜଣେ ମହିଳାଙ୍କ ସହ ୨ ବର୍ଷ ଯାଏଁ ଶାରୀରିକ ଶୋଷଣ କରି ଆସୁଥିଲା । ନିଜ ଭୁଲ ପରିଚୟ ଦେଇ ମହିଳାଙ୍କ ସହ ପ୍ରଥମେ ବନ୍ଧୁତ୍ୱ ସ୍ଥାପନ କରିଥିଲା । ପରେ ସମ୍ବନ୍ଧ ବନାଇଥିଲ। । ଯୁବକ ଜଣକ ନିଜ ନାଁ ବିକାଶ ବୋଲି କହିଥିଲା । ଏହି କିଛି ଦିନ ପୂର୍ବେ ମହିଳା ଜଣକ ଯୁବକର ପର୍ସ ଚେକ କରିବାରୁ ସେଥିରେ ଥିବା ଡ଼୍ରାଇଭିଂ ଲାଇସେନ୍ସରେ ୱାସିମ ନାଁ ଲେଖାଯାଇଥିଲ । ଏହା ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ପୋଲିସ ପାଖରେ ପଂହଞ୍ଚି ଯୁବକଙ୍କ ବିରୁଦ୍ଧରେ ଏଫଆଇଆର ଦେଇଥିଲେ ।
ସୂଚନା ଅନୂସାରେ ମହିଳା ଜଣକ ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପରେ ଅଲଗା ହୋଇ ଉ୍‌ଜ୍ଜୟିନୀରେ ରହୁଥିଲେ । ୨ ବର୍ଷ ପୁର୍ବେ ବିକାଶଙ୍କ ସହିତ ତାଙ୍କ ଦେଖା ହୋଇଥିଲା ଯିଏ ନିଜକୁ ନାଗଦାର ବାସିନ୍ଦା ବୋଲି କହିଥିଲା । ଯୁବକ ଜଣକ ମହିଳାଙ୍କ ସହ ମନ୍ଦିର ମଧ୍ୟ ଯାଉଥିଲା । କିନ୍ତୁ ବାହାରେ ଛିଡ଼ା ହେଉଥିଲା । ଏହାର କାରଣ ପଚାରିବାରୁ ନିଜକୁ ନାସ୍ତିକ ବୋଲି କହୁଥିଲା । କିଛିଦିନ ତଳେ ମହିଳାଙ୍କୁ ସନ୍ଦେହ ହେବାରୁ ମହିଳା ଜଣକ ଯୁବକର ପର୍ସ ଚେକ କରିଥିଲେ । ଯେଉଁଥିରୁ ସେ ସତ ଜାଣିବାକୁ ପାଇଥିଲେ ।
ଏହି ମାମଲାରେ ଉ୍‌ଜ୍ଜୟିନୀ ଏସପି ଅମରେନ୍ଦ୍ର ସିଂଙ୍କ କହିବା ଅନୂସାରେ ମହିଳାଙ୍କ ଠାରୁ ରିପୋର୍ଟ ଲେଖାହେବା ପରେ ଆରେପୀ ଯୂବକକୁ ପୋଲିସ ଖୋଜିବାରେ ଲାଗିଛି । ତେବେ ମଧ୍ୟପ୍ରଦେଶରେ ବହୁତ ଜଲଦି ଲଭ ଜିହାଦ ବିପକ୍ଷରେ ଆଇନ ପ୍ରସ୍ତୁତ ହେବାକୁ ଯାଉଛି । ଯାହାର ନାମ ହେବ ‘ ଧର୍ମ ସ୍ୱତନ୍ତ୍ର ଅଧିନିୟମ ୨୦୨୦’ । ଏଥିରେ ନାଁ ପରିବର୍ତ୍ତନ କରି ଧୋକାର ସହିତ ବିବାହ କିମ୍ବା ସମ୍ପର୍କ ରଖିଲେ ଆରୋପୀକୁ ଜେଲ ହୋଇପାରେ ଓ ତା’ ବିରୁଦ୍ଧରେ ଉଚିତ କାର୍ଯାନୁଷ୍ଠାନ ନିଆଯିବ । ମଧ୍ୟପ୍ରଦେଶ ଶିବରାଜଙ୍କ ସରକାରରେ ହେବାକୁ ଥିବା ଡ଼ିସେମ୍ବର ୨୮ର ବିଧାନସଭା ସତ୍ରରେ ଏହି ଲଭ ଜିହାଦ ବିପକ୍ଷରେ ବିଧେୟକ ଅଣାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking