21.1 C
Bhubaneswar
Sunday, November 24, 2024
Homeବ୍ରେକୀଙ୍ଗଘୁଞ୍ଚିପାରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା

ଘୁଞ୍ଚିପାରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା


ଭୁବନେଶ୍ୱର : ଘୁଞ୍ଚିପାରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଏନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋରନା କଟକଣାକୁ ଆଖିରେ ରଖି ଏହି ନିଷ୍ପତି ନିଆଯାଇଛି । ସର୍ବନିମ୍ନ ୩ ମାସର ପାଠ ପଢା ପରେ ହୋଇପାରେ ପରୀକ୍ଷା ।ଡ଼ିସେମ୍ବର ୩୧ ପରେ ବିଦ୍ୟାଳୟ ଖୋଲାଯିବାର ନିଷ୍ପତି ନିଆଯାଇଛି ।
ଯଦି କେନ୍ଦ୍ର ସରକାର କୌଣସି ଗାଇଡ଼ଲାଇନ ନଆଣିବେ ଓ ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ହେବାର ନିଷ୍ପତି ହୁଏ । ତେବେ ପରୀକ୍ଷା ବନ୍ଦ ହୋଇପାରେ । ନଚେତ ପରୀକ୍ଷା ହେବ ଓ ଏହି ପରୀକ୍ଷା ୨ରୁ ୩ ମାସ ବିଳମ୍ବରେ ହୋଇପାରେ ଓ ଦଶମ ,ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯିବା ନେଇ ନିଷ୍ପତି ନିଆଯିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାଥାଊକି ଗତ ୮ ମାସ ହେବ କୋରନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ଅଛି । ଅନଲଇନ ମାଧ୍ୟମରେ ପାଠ ପଢା ଯାଉଥିଲେ ମଧ୍ୟ ଏହା ଏକ ସଠିକ ବିକଳ୍ପ ଭାବେ କାର୍ଯ୍ୟକାରୀ ହୋଇପାରୁନି । ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନାହିଁ ଓ ନେର୍ଟୱର୍କ ମଧ୍ୟ ରହୁନି । ତେଣୁ ଯଦି ଏହିଭଳି ଭାବେ ଗୋଟିଏ ବର୍ଷ ପରୀକ୍ଷା ନହୁଏ ତେବେ ଛାତ୍ରଛାତ୍ରୀ ମାନେ ପଛୁଆ ରହିଯିବେ ।ତେଣୁ ସମସ୍ତ ବିଷୟକୁ ଆଲେଚନା କରି ନିଷ୍ପତି ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking