21.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ରାଜ୍ୟରେ ଫୋକସ୍‌ରେ ରହିବ ଗ୍ରାମାଞ୍ଚଳ

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ରାଜ୍ୟରେ ଫୋକସ୍‌ରେ ରହିବ ଗ୍ରାମାଞ୍ଚଳ

ଭୁବନେଶ୍ୱର : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି । ଏହି ସମୟରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ପର୍ଯ୍ୟଟନ ବିଭାଗ । ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟ ବସ୍ତୁ ରହିଛି, ‘ପର୍ଯ୍ୟଟନ ଏବଂ ଗ୍ରାମାଞ୍ଚଳ ବିକାଶ’ । କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଏହି ବିଷୟ ବସ୍ତୁକୁ ଦୀର୍ଘ ୫ ବର୍ଷ ପୂର୍ବରୁ ପାଳନ କରାଯାଉଛି । ୨୦୧୬ ମସିହାରୁ ରାଜ୍ୟ ସରକାର ଗ୍ରାମୀଣ ବିକାଶରେ ପର୍ଯ୍ୟଟନକୁ ଯୋଡ଼ି ସାରିଛନ୍ତି । କରୋନା କଟକଣାରେ ଲକଡ଼ାଉନ ସଟଡ଼ାଉନ ପରେ ଦୀର୍ଘ ୭ ମାସ ପରେ ଫେରିଛି ପର୍ଯ୍ୟଟନ । ଏଥର ବିଦେଶୀ ନୁହେଁ ପ୍ରଥମେ ଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ସହରର କାର୍ଯ୍ୟବ୍ୟସ୍ତତା ଜୀବନ ଭିତରେ ରୁନ୍ଧି ହୋଇ ଅବସର ସମୟ କାଟିବାକୁ ମଣିଷ ବାଛୁଛି ଏକ ନିରୋଳା ପରିବେଶ । ଏବେ ପର୍ଯ୍ୟଟକଙ୍କ ଆବଶ୍ୟକତା ପୂରଣ କରିବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ଗ୍ରାମବାସୀଙ୍କୁ ତୃଣମୂଳ ସ୍ତରରେ ରୋଜଗାର ଦେବାରେ ସକ୍ଷମ ହୋଇଛି ।
ଆଜିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା ବାଏ ରୋଡ଼୍‌’ ଅଭିଯାନ । ସମୁଦ୍ରକୂଳ, ପାହାଡ଼, ଜଙ୍ଗଲ , ଆଦିବାସୀ ଗ୍ରାମ, ଐତିହ୍ୟସ୍ଥଳ ଓ କଳାଗ୍ରାମକୁ ପ୍ରାଧାନ୍ୟ ଦେବା ନିମନ୍ତେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ୭୦ଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରି ତାକ୍ଷର ବିକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ତଃରାଜ୍ୟ ପ୍ୟାକେଜ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଅଭିଯାନ ଚାଲିବ । ସଡ଼କ ପଥରେ ସୁଗମ କରିବା ପାଇଁ ରାସ୍ତାକଡ଼ରେ ସୁବିଧା କେନ୍ଦ୍ରମାନ ସ୍ଥାପନା କରାଯାଇଛି । କୋଲକତା, ରାଞ୍ଚି, ଭାଇଜାଗ, ରାୟପୁର, ବିଳାଶପୁର,ବୋକାରୋ, ଆନ୍ଧ୍ର ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଓ ପର୍ଯ୍ୟଟନସ୍ଥଳୀକୁ ଉନ୍ନତୀକରଣ କରାଯିବ ।ଏଥିପାଇଁ ଆଜି କଳିଙ୍ଗ ରାଇର୍ଡସ ନାମକ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ କରାଯିବ ।
ବର୍ତ୍ତମାନ ଓଡ଼ିଶାରେ ୪୦ରୁ ଅଧିକ ଇକୋଟୁରିଜମ୍ ସ୍ଥଳୀ ରହିଛି । ସେଠାରେ ୩୦୦ରୁ ଅଧିକ ପ୍ରକୋଷ୍ଠ ରହିଛି । ପ୍ରତ୍ୟେକ ସ୍ଥଳୀ ଭିନ୍ନ ଭିନ୍ନ ଗୋଷ୍ଠୀଭିତ୍ତିକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି । ୬୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଏହାକୁ ପରିଚାଳନା କରୁଛନ୍ତି । ବର୍ତ୍ତମାନ ୩ଟି ଜିଲ୍ଲା ନୂଆପଡା, କୋରାପୁଟ, ସୁନ୍ଦରଗଡ଼ରେ ୭ଟି ଇକୋକଟେଜ ନିର୍ମାଣ ଚାଲିଛି । ଇକୋଟୁରିଜମକୁ ଆହୁରି ବିସ୍ତାର କରିବାକୁ ଏହି ସୁଯୋଗକୁ ବ୍ୟାପକ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିକଟରେ ‘ବଣଭୋଜି ଟୁର୍‌’ ପ୍ୟାକେଜ ଆରମ୍ଭ କରିଛି ।
ରାଜ୍ୟରେ ୫ ବର୍ଷରେ ପ୍ରଥମ ଥର ପାଇଁ କମିଛନ୍ତି ପର୍ଯ୍ୟଟକ । ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ପୂର୍ବବର୍ଷ ଠାରୁ ୩.୧୨% କମ୍ ପର୍ଯ୍ୟଟକ ଆସିଛନ୍ତି । ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଯେତିକି ପର୍ଯ୍ୟଟକ ଆସିଛନ୍ତି, କରୋନା ପରଠାରୁ ଏ ସଂଖ୍ୟା ଢେର କମିଯାଇଛି । ଏହାର ପ୍ରଭାବ ୨୦୨୦-୨୧ ବର୍ଷ ଉପରେ ରହିବ । ଯାହା ରାଜ୍ୟ ପର୍ଯ୍ୟଟନ ପାଇଁ କ୍ଷତିକାରକ ହେବ ବୋଲି ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
XGeneve

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking