19.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ଗାଇଡ଼ଲାଇନ ଜାରି

ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ଗାଇଡ଼ଲାଇନ ଜାରି

ପଶ୍ଚିମବଙ୍ଗ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ଆସୁଛି ଦୁର୍ଗପୂଜା । କରୋନା ପାଇଁ ଦୁର୍ଗା ପୂଜା କାର୍ଣ୍ଣିଭାଲ୍ ନିରାଡମ୍ବର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୂର୍ଗାପୂଜା ପାଇଁ ଗାଇଡ଼ ଲାଇନ ମଧ୍ୟ ଜାରି କରିଛନ୍ତି ମମତା ବାନାର୍ଜୀ । ମା’ ଦୁର୍ଗାଙ୍କ ପୂଜା ହେବ; ମାତ୍ର ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଳନ ହେବନି । ଦୁର୍ଗା ମଣ୍ଡପରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଚତୁଃପାଶ୍ୱର୍ ଖୋଲା ମଣ୍ଡପକୁ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ମଣ୍ଡପରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବେ, ସାନିଟାଇଜ୍ ହେବେ । ମଣ୍ଡପର ପ୍ରବେଶ ଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯିବ ।ଏହାସହ ସାମାଜିକ ଦୂରତା ରକ୍ଷା କରାଯିବ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ । ଏହାସହ ମମତା ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ପ୍ରତି ପୂଜା କମିଟିକୁ ପୂଜା ପାଇଁ ୫୦ହଜାର ଟଙ୍କା ଓ ରାଜ୍ୟର ୮୦ ହଜାର ହକରଙ୍କୁ ୨ହଜାର ଟଙ୍କା ପୂଜା ସହାୟତା ଯୋଗାଇ ଦିଆଯିବ ।ଏହାସହ ରେଡ୍ ରୋଡ୍‌ରେ ପାଳନ ହେବନି ଦୁର୍ଗାପୂଜା କାର୍ଣ୍ଣିଭାଲ । ଆସନ୍ତା ୨୬ ରୁ ୩୦ ମଧ୍ୟରେ ହେବାକୁ ଥିବାକୁ ଥିବା ଦୁର୍ଗାପୂଜା କାର୍ଣ୍ଣିଭାଲ ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking