18.1 C
Bhubaneswar
Tuesday, November 26, 2024
HomeUncategorized74 *ତମ ସ୍ବାଧିନତା ଦିବସ କୁ ସ୍ମରଣୀୟ କରିବା ପାଇଁ  ଯୁବତୀ ମାନଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ...

74 *ତମ ସ୍ବାଧିନତା ଦିବସ କୁ ସ୍ମରଣୀୟ କରିବା ପାଇଁ  ଯୁବତୀ ମାନଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଲକାନଗିରି ,

ମାଲକାନଗିରି : ମହାମାରୀ କରୋନା ଭୁତାଣୁ ସାରା ଦେଶରେ କାୟା ବିସ୍ତାର କରି ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଥିବାବେଳେ ହଜାର ହଜାର ଲୋକଙ୍କ ଜୀବନ ବି ନେଇଛି ଓ ଲୋକେ  ଜୀବିକା ମଧ୍ୟ ହରେଇଛନ୍ତି । ଏପଟେ ବହୁ ଦିନଧରି ବର୍ଷାର କରାଳ ପ୍ରଭାବ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ଇତିମଧ୍ୟରେ କିଛି ଯୁବତୀ ଙ୍କ ସମେତ କିଛି ତୃତୀୟଲିଙ୍ଗୀ ମାନେ କରୋନା କୁ ନଡରି କିଛି ସମାଜ ସେବା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏଥି ନିମନ୍ତେ ପୂର୍ବରୁ ସୁନାମ ଅର୍ଜନ କରି ଥିବା ମହିଳା ପୋଲିସ ଅଧିକାରୀ ତଥା ଯୁବ ସମାଜ ପାଇଁ ପ୍ରେରାନମୟୀ ଶ୍ରୀମତୀ ଶୁଭଶ୍ରୀ ନାୟକ ଙ୍କ ସହାୟତା ମାଗିଥିଲେ । ଏଥିରେ ଖୁସି ହୋଇ ସେ 
ସଲୋମି ଟାକ୍ରି ,ସମାଜସେବୀ, ନିର୍ମଳା ଏକା ଓ ୧୨ରୁ୧୪ ଜଣ ଯୁବତୀଙ୍କ ସମେତ ମୀରା କିନ୍ନର ମିଶି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ମାଲକାନଗିରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୁୟା ଙ୍କୁ ଅନୁରୋଧ କରି କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ପାଳନ କରି ମାଲକାନଗିରି ଅଖ ପାଖ ରେ କୋଉଠି ଗୋଟିଏ ଜାଗାରେ କିଛି ଗଛ ଲଗାଇବା ବ୍ୟବସ୍ଥା କଲେ ଆମ୍ଭେମାନେ ମଧ୍ୟ ସାହାଯ୍ୟ କରିଥାନ୍ତୁ ଏବଂ ସ୍ୱାଧୀନତା ଦିବସ ଟିକୁ ଏକ ସ୍ମରଣୀୟ ଭାବରେ ପରିଚିତ କରାଇଥାନ୍ତୁ। ତାପରେ ସବଇନ୍ସପେକଟର ଙ୍କ ସହ ଥିବା  ଝିଅ ମାନେ ପି ଡି DRDA   ଙ୍କୁ ମଧ୍ୟ ଅନୁରୋଧ କରିଥିଲେ ବୃକ୍ଷ ରୋପଣ ସମୟରେ ଉପସ୍ଥିତ ରହିବାକୁ।ଏସବୁ ଶୁଣି ସେ ଏଥିରେ ଖୁସି ହୋଇ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ  ଅଜୟ କୁମାର ପ୍ରଧାନ ଙ୍କ ସହ ଯୋଜନା କରି । ଶେଷରେ ବିଡ଼ିଓ ଅଜୟ କୁମାର ପ୍ରଧାନ, ଏ ବି ଡି ଓ ଙ୍କ ସହ ସିନ୍ଧ୍ରୀମାଳ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସମାରି ମାଡ଼କାମି ଡେପୁଟି କଲେକ୍ଟର ଶ୍ରୀ ଜଗଦୀଶ  କାର୍ତ୍ତାମି ସବ୍ ଇନସପେକ୍ଟର ଶୁଭଶ୍ରୀ ନାୟକ ମାଲକାନଗରି ବନାଞ୍ଚଳ ଅଧିକାରୀ ଶ୍ରୀ ବାସୁଦେବ ନାୟକ ଓ ସ୍ବେଚ୍ଛାସେବୀ ଯୁବତୀ ଦଳ ମିଶି ସିନ୍ଧ୍ରୀମାଳ ଗ୍ରାମପଞ୍ଚାୟତ ର ତଙ୍ଗଗୁଡ଼ା ଗ୍ରାମ ଠାରେ ଏକ କୋଭିଡ଼ 19 ସଚେତନତା କାର୍ଯ୍ୟକ୍ରମ ସହ ଗ୍ରାମରେ 30 ରୁ 40 ଟି  ପିଜୁଳି କାଜୁ ଆମ୍ବ ଆଦି ଫଳ ଗଛ ଲଗାଇଥିଲେ । ଯାହା ଆଗାମୀ ଦିନରେ ପରିବେଶ  ସୁରକ୍ଷା ସହ ସେମାନଙ୍କ ରୋଜଗାର କରିବାରେ ସହାୟକ ହେବ । ଏପରି ସରକାରୀ ଓ ସ୍ୱେଚ୍ଛାସେବୀ ଙ୍କ ମିଳିତ କାର୍ଯୟକ୍ରମଗୁଡ଼ିକୁ ଜନ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ  ଭୂରି ଭୂରି ପ୍ରଶଂସା କରାଯାଉଛି ଓ ଶୁଭଶ୍ରୀ ନାୟକ ସାଲୋମି ଟାକ୍ରୀ ଭଳି ସମାଜସେବୀ ମାନେ ଆଜିର ଯୁବପିଢିଙ୍କ ପାଇଁ ପ୍ରେରଣା ଓ ଉତ୍ସାହ ର ଉଦାହରଣ ପାଲଟିଥିବା ଲାଗି ସାଧାରଣରେ  ବେସ ପସନ୍ଦ କରାଯାଉଛି ।
 -ସୁନିଲ କୁମାର ସାହୁ ଙ୍କ ରିପୋଟ 
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking