32.1 C
Bhubaneswar
Saturday, May 4, 2024
HomeUncategorizedକାମ କରୁଥିବା ସମୟରେ ଟଳିପଡିଲେ ଶ୍ରମିକ

କାମ କରୁଥିବା ସମୟରେ ଟଳିପଡିଲେ ଶ୍ରମିକ

 ମାଲକାନଗିରି : ଆଜି ଜଣେ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ହୋଇଛି ।କାଲିମେଳା ବ୍ଲକ ଅନ୍ତର୍ଗତ ତିଗଲ ପଂଚାୟତ ର  MV 79 ଥାନା ଅନ୍ତର୍ଗତ MPV 65 ଗ୍ରାମର ନିତାଇ ମଣ୍ଡଳ 24 ବର୍ଷ ର ଯୁବକ ଆଜି ସକାଳେ ସେହି ଗ୍ରାମରେ ଏକ ନରେଗା କାମରେ ଶ୍ରମିକ ଭାବରେ କାମ କରୁଥିବା ସମୟରେ ଶୋଷ ଲାଗିବାରୁ ପାଖରେ ଥିବା ଅନ୍ୟଜଣେ ଶ୍ରମିକ କୁ ପାଣି ପିଇବାକୁ ମାଗିଥିଲେ ।ତେବେ ପାଣି ପିଇବାର ମାତ୍ର କିଛି ମିନିଟ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ସେହିଠାରେ ଟଳି ପଡ଼ିଥିଲେ ।ଏହା ଦେଖିବା ପରେ ପାଖରେ ଥିବା ଅନ୍ୟ ଶ୍ରମିକ ମାନେ କାଲିମେଳା ମେଡିକାଲ କୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ପରିବାର ଲୋକ ପୋଲିସ କୁ ଖବର ଦେବା ପରେ MV 79 ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟ କେସ  ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଛନ୍ତି |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking