ଭୁବନେଶ୍ୱର : ଭୁବନେଶ୍ୱର ପହଂଚିଲେ ବିଜୟ ମହାନ୍ତି । ହାଇଦ୍ରାବାଦ୍ରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆସି ପହଂଚିଲେ ଭୁବନେଶ୍ୱରରେ । ଅସୁସ୍ଥତା ଯୋଗୁ ହାଇଦ୍ରାବଦ୍ରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ୨୨ଘଣ୍ଟାର ଯାତ୍ରା କରି ଆସି ପହଂଚିଛନ୍ତି ଭୁବନେଶ୍ୱରରେ । ହାଇଦ୍ରାବାଦ୍ରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଜୟ ମହାନ୍ତିଙ୍କୁ ଭୁବନେଶ୍ବର ଆଣିବା ପାଇଁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅଭିନେତା ତଥା ବିଜେପି ନେତା ଅଖିଳ ପଟ୍ଟନାୟକ ସହଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ। ସୂଚନାଯୋଗ୍ୟ, ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦ୍ର ଏକ ଘରୋଇ ହସ୍ପିଟାଲ୍କୁ ଚେକ୍ଅପ୍ ପାଇଁ ଯାଇଥିବା ବେଳେ ହୃଦ୍ଘାତ୍ର ଶୀକାର ହୋଇଥିଲେ । ସେହିଦିନ ଠାରୁ ସେ ସେଠାରେ ଚିକିତ୍ସିତ ହେଉଛନ୍ତିି ।