ଭୁବନେଶ୍ୱର : ଆଜି ରାଜ୍ୟର ୧୯ଟି ଜିଲ୍ଲାରେ କାଚିବ ବର୍ଷା । ଏହା ସହ ଘଡ଼ଘଡ଼ି ମଧ୍ୟ ମାରିବ । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି । ଆଜି ଦିନ ୧୦.୩୦ରୁ ସତର୍କ ରହିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା – ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା,ବାଲେଶ୍ୱର,କେନ୍ଦୁଝର,ମୟୁରଭଞ୍ଜ, ଭଦ୍ରକ, ସୁନ୍ଦରଗଡ଼, ଅନୁଗୋଳ, ଢ଼େଙ୍କାନାଳ, ଦେବଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ା । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୮ ତାରିଖ ପର୍ୟ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବାକୁ ଥିଲେ ମଧ୍ୟ ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
https://onakhabar.com/2020/04/24/mayurbhanj-dist-news-2/