ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୭୭ ପହଁଚିଛି । ଚିକିତ୍ସାଧୀନ ଅଛନ୍ତି ୧୭,୬୧୦ଜଣ । ଏଥିରେ ସୁସ୍ଥ ହୋଇ ଫେରିଛନ୍ତି ୪୭୪୮ଜଣ । ମୃତ୍ୟୁବରଣ କରିଛନ୍ତି ୭୧୮ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୮୩ଜଣଙ୍କର ମୃତ୍ୟୁ ଘଟିଲାଣି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୨୭), ଆସାମରେ(୧), ବିହାରରେ(୨), ଦିଲ୍ଲୀରେ(୫୦), ଗୁଜୁରାଟରେ( ୧୧୨), ହରିୟାଣାରେ(୩),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୫), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍ରେ(୧୭), କେରଳରେ(୩),ମଧ୍ୟପ୍ରଦେଶରେ(୮୩), ମହାରାଷ୍ଟ୍ରରେ(୨୮୩),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୬), ରାଜସ୍ଥାନରେ(୨୭), ତାମିଲନାଡୁରେ(୨୦), ତେଲେଙ୍ଗାନାରେ(୨୪), ଉତ୍ତରପ୍ରଦେଶରେ(୨୪) ଓ ପଶ୍ଚିମବଙ୍ଗରେ(୧୫ଜଣ) । ହେଲେ କୋଭିଡ୍-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୫୦୨ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୧୭,୭୬୮ ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୭୨୨ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୫,୦୧୨ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।